Wednesday, September 30, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଐତିହାସିକ ବିଜୟ

Sanchar Live by Sanchar Live
September 30, 2026
in କ୍ରୀଡ଼ା
0
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଐତିହାସିକ ବିଜୟ
0
SHARES
7
VIEWS
FacebookTwitter

ଦ୍ୱିତୀୟ ଦିନିକିଆରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଐତିହାସିକ ଲକ୍ଷ୍ୟ ହାସଲ କରିଛି । ଭାରତୀୟ ଦଳ ମାତ୍ର ୪୩.୩ ଓଭରରେ ମାତ୍ର ୱିକେଟ୍ ହରାଇ ୪୦୬ ରନର ଟାର୍ଗେଟ ହାସଲ କରିଛି । ଅଧିନାୟକ ଶୁଭମନ ଗିଲ ଏକ ଚମତ୍କାର ଦ୍ୱିଶତକ ହାସଲ ସହ ଅପରାଜିତ ୨୨୩ (୧୩୩ ବଲ) ରନ୍ କରିଥିଲେ । ରୋହିତ ଶର୍ମା ମଧ୍ୟ ୧୦୧ (୭୫) ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ।

ବୁଧବାର ଗୌହାଟିର ବରସାପାରା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଟିମ୍ ଇତିହାସ ରଚିଥିଲା । ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ କାରିବିଆନ୍ ଦଳ ୪୦୦ ରନ୍ ଅତିକ୍ରମ କରିଥିଲା ।

ଏହା ସହିତ ୱେଷ୍ଟଇଣ୍ଡିଜ୍ ଇତିହାସରେ ପ୍ରଥମ ଥର ପାଇଁ ତିନି ଜଣ ବ୍ୟାଟର ଗୋଟିଏ ଇନିଂସରେ ଶତକ ହାସଲ କରିଥିଲେ । ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପାଇଁ ଜନ୍ କ୍ୟାମ୍ପବେଲ୍ (୧୦୧) ପ୍ରଥମ ଶତକ ହାସଲ କରିଥିଲେ । ଏହା ପରେ ଅଧିନାୟକ ଶାଇ ହୋପ୍ ୧୦୪ ରନ୍ କରିଥିଲେ ଏବଂ ଆମିର ଜାଙ୍ଗୁ ମଧ୍ୟ ଏକ ଦୃଢ଼ ୧୧୪ ରନ୍ କରିଥିଲେ ।

ଏହି ତିନୋଟି ଶତକ ଯୋଗୁଁ ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୫୦ ଓଭରରେ ୪୦୫ ରନ୍ ସଂଗ୍ରହ କରି ଭାରତକୁ ୪୦୬ ରନ୍ର ଲକ୍ଷ୍ୟ ଦେଇଥିଲା । ଭାରତ ପାଇଁ କୁଲଦୀପ, ଜାଡେଜା ଏବଂ ଗୁରନୁର ପ୍ରତ୍ୟେକେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ୍ ନେଇଥିଲେ ।

୪୦୬ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଏକ ଦୃଢ଼ ଆରମ୍ଭ କରିଥିଲେ । ଦୁହିଁଙ୍କ ମଧ୍ୟରେ ୧୫୮ ବଲରେ ୨୫୫ ରନର ରେକର୍ଡ ଭାଗୀଦାରି ହୋଇଥିଲା । ଆଉଟ୍ ହେବା ପୂର୍ବରୁ ରୋହିତ ଶର୍ମା ୭୫ ବଲରେ ୧୦୧ ରନ କରିବା ପରେ ପାଭିଲିୟନ ଫେରିଥିଲେ । ଆଜିର ମ୍ୟାଚରେ ବିରାଟ କୋହଲି ଭଲ ପ୍ରଦର୍ଶନ କରିପାରି ନଥିଲେ । ସେ ୧୯ ବଲରେ ୨୯ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଶୁଭମନ ଗିଲ୍ ଏକ ଐତିହାସିକ ସଫଳତା ହାସଲ କରିଥିଲେ ।

ଏକଦିବସୀୟ କ୍ରିକେଟରେ ଦ୍ରୁତତମ ଦ୍ୱିଶତକର ବିଶ୍ୱ ରେକର୍ଡ ନିଜ ନାଁରେ କରିଥିଲେ । ଅଧିନାୟକ ଗିଲ୍ ୧୧୭ ବଲରେ ୨୦୦ ରନ ସ୍କୋର କରିଥିଲେ । ଗିଲ୍ ଅପରାଜିତ ରହି ପାଭିଲିୟନ ଫେରିଥିଲେ । ସେ ୧୩୩ ବଲରେ ୨୬ ଚୌକା ଏବଂ ୮ ଛକା ସହିତ ୨୨୩ ରନ କରିଥିଲେ ।

ଅଧିନାୟକ ଶୁଭମନ ଗିଲ ଆଜିର ମ୍ୟାଚରେ ୧୬୭.୬୭ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଥିଲେ । ଋତୁରାଜ ଗାୟକୱାଡ ୩୭ ବଲରେ ୩୧ ରନ କରିଥିଲେ । ଭାରତ ୪୦୬ ରନର ଟାର୍ଗେଟକୁ ୪୩.୩ ଓଭରରେ ମାତ୍ର ୨ ୱିକେଟ ହରାଇ ହାସଲ କରିନେଇଥିଲା । ୱେଷ୍ଟଇଣ୍ଡିଜ୍ ପାଇଁ ଜୟଡେନ ସିଲ୍ସ ଏବଂ ସମର ଯୋସେଫ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Tags: indiaOdi Cricketwestindies
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଐତିହାସିକ ବିଜୟ
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି
  • ଗୁହାଳରେ ପଶିଥିବା ବାରହାକୁ ଶିକାର, ବନ ବିଭାଗର ଉଦାସୀନତାକୁ ନେଇ ପ୍ରଶ୍ନ
  • ଆରବ ସାଗରରୁ ୩ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ
  • ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.