ଗୁଣୁପୁର: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ତାରପାଗୁଡ଼ା ଗାଁରେ ଘଟିଛି ଏପରି ଅଘଟଣ । ନୂଆ ପାଇଖାନା ଟାଙ୍କିର ସେଣ୍ଟ୍ରିଂ କାଢ଼ିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ଓ ପଦ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଛି। ତେବେ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକମାନେ କେନ୍ଦୁଗୁଡା ଗ୍ରାମର ଜୀବଜଗତପୁର ବୋଲି ଜଣାପଡିଛି।

