ରାଜଧାନୀରେ ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

0
SHARES
1
VIEWS

ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଜଣେ ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ଘରେ ପଶି ତାଙ୍କ ସହ ଜୋରଜବରଦସ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ମାଆ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ଧରି ଭରତପୁର ଥାନାରେ ପହଞ୍ଚିଥିଲେ। ସେଠାରେ ସେ ଅଭିଯୁକ୍ତଙ୍କ ବିରୋଧରେ ଏକ ଲିଖିତ ଏତଲା ଦାୟର କରିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ସମ୍ପୃକ୍ତି ଥିବା ପ୍ରମାଣ ପାଇବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ପୋଲିସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

I agree to the Terms & Conditions and Privacy Policy.