ସକାଳୁ ସକାଳୁ ମେଡିକାଲ୍ରେ ନିଆଁ । ଜଳିଗଲେ ୧୫ ନବଜାତ । ପାକିସ୍ତାନର ରାଜଧାନ ଇସଲାମାବାଦରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଇସଲାମାବାଦ ସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (PIMS)ର ପ୍ରସୂତି ୱାର୍ଡରେ ନିଆଁ ଲାଗିବାରୁ ୧୫ ଜଣ ନବଜାତ ଆଖି ବୁଜିଛନ୍ତି ।
ପାକିସ୍ତାନ ଗଣମାଧ୍ୟମ ଜିୟୋ ନ୍ୟୁଜ୍ ରିପୋର୍ଟ ଅନୁସାରେ, ଅଗ୍ନିକାଣ୍ଡ ସମୟରେ PIMSର ପ୍ରସୂତି ୱାର୍ଡରେ ୧୬ ଜଣ ନବଜାତ ଶିଶୁ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି । ଉଦ୍ଧାରକାରୀ ଟିମ୍ର କହିବା ଅନୁସାରେ, ହସ୍ପିଟାଲ୍ର AC କମ୍ପ୍ରେସର ଫାଟିବାରୁ ନିଆଁ ଲାଗିଥିଲା ।
ସୋସିଆଲ୍ ମିଡିଆରେ ପୋଷ୍ଟ ଭିଡିଓରେ ଦେଖା ଯାଉଛି, ଉଦ୍ଧାରକାରୀ ଦଳ ଶିଡ଼ି ପକାଇ ହସ୍ପିଟାଲ୍ର ପ୍ରଥମ ମହଲାକୁ ଚଢ଼ୁଛନ୍ତି । ପ୍ରଥମ ମହଲାରେ ଲାଗିଥିବା ଝରକା କାଚ ଭାଙ୍ଗି ଉଦ୍ଧାର ଓ ନିଆଁ ଲିଭା କାର୍ଯ୍ୟ ସମ୍ପାଦନ କରାଯାଉଛି ।

