ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ୧୫ ଜଣିଆ ଦଳରେ ଜଣେ ନୂଆ ମୁହଁ ସାମିଲ ହୋଇଛନ୍ତି । ଯେଉଁଥିରେ ୪ ଜଣ ଦ୍ରୁତ ବୋଲର ମଧ୍ୟ ସାମିଲ ହୋଇଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟରେ ଏକ ଚମତ୍କାର ଡେବ୍ୟୁ କରିଥିବା ମାନବ ସୁଥାରଙ୍କୁ ମଧ୍ୟ ଶ୍ରୀଲଙ୍କା ଗସ୍ତ ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଆହତ ସମସ୍ୟା ପାଇଁ ପ୍ରଥମ ଟେଷ୍ଟରୁ ୱାଶିଂଟନ ସୁନ୍ଦର ଦଳରୁ ବାଦ୍ ପଡିଛନ୍ତି । ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଏବଂ ଯଶପ୍ରୀତ ବୁମରା ଟେଷ୍ଟ ଟିମକୁ ଫେରିଛନ୍ତି । ନୂଆ ଚେହେରା ଭାବେ ସାରାଂଶ ଜୈନଙ୍କୁ ଦଳରେ ସାମିଲ କରାଯାଇଛି ।
ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଥିଲେ ବୁମରା । ବର୍ତ୍ତମାନ ଆହତ ଥିବା ବୁମରା ସୁସ୍ଥ ହେବା ପରେ ଦଳରେ ଯୋଗ ଦେବେ । ତେବେ ଟିମରେ ମଧ୍ୟପ୍ରଦେଶ ଅଲରାଉଣ୍ଡର ସାରାଂଶ ଜୈନଙ୍କୁ ସ୍ଥାନ ମିଳିଛି । ସାରାଂଶ ଜଣେ ବାମହାତୀ ବ୍ୟାଟସମ୍ୟାନ୍ ଏବଂ ଜଣେ ଡାହାଣହାତୀ ଅଫ୍ ସ୍ପିନର । ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ, ସେ ୫୪ଟି ମ୍ୟାଚରେ ୨,୨୦୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି ଏବଂ ୧୮୮ଟି ୱିକେଟ ନେଇଛନ୍ତି ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଅଗଷ୍ଟ ୪ ତାରିଖରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ । ଅଗଷ୍ଟ ୭ରେ ୪ ଦିନିଆ ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରୁ ୧୯ ତାରିଖରେ ଗାଲେରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ କଲମ୍ବୋରେ ଅଗଷ୍ଟ ୨୩ରୁ ୨୭ ଯାଏ ଚାଲିବ ।
ଟିମ୍ ଇଣ୍ଡିଆ : ଶୁବମନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ), ଯଶସ୍ୱୀ ଜୟସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଧ୍ରୁଭ ଜୁରେଲ, ଦେବଦତ୍ତ ପାଡ଼ିକଲ, ମାନବ ସୂତାର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୁର ବ୍ରାର, ସାରାଂଶ ଜୈନ ।

