ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚରେ ୩୪ ରନରେ ହାରିବା ପରେ ଦ୍ବିତୀୟ ଟି୨୦ ମ୍ୟାଚ୍ ଆଜି ଖେଳାଯିବ । ଆଜିର ମ୍ୟାଚ ଜିତି ସିରିଜ ବରାବର କରିବାକୁ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟାରେ ଖେଳାଯିବ ।
ଶ୍ରେୟସ ଆୟରଙ୍କଙ୍କ ନେତ୍ତ୍ବରେ ଭାରତୀୟ ଟିମ୍ ଆଜି ସମ୍ମାନ ବଞ୍ଚାଇବା ପାଇଁ ଖେଳିବ । ପ୍ରଥମ ମ୍ୟାଚରେ ଭାରତୀୟ ଟିମର ବ୍ୟାଟିଂ ଅର୍ଡର ସଂପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଛି । ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଆୟରଲାଣ୍ଡ ୧୮୩ ରନର ଲକ୍ଷ୍ୟ ଦେଇଥିଲା । ଯାହାର ଜବାବର ଭାରତ ୧୪୮ ରନ୍ କରି ଅଲଆଉଟ ହୋଇଥିଲା ।
ଦ୍ବିତୀୟ ମ୍ୟାଚରେ ଭାରତୀୟ ଟିମ୍ ବଢିଆ ପ୍ରଦର୍ଶନ କରିବ । ଆଜିର ମ୍ୟାଚରେ ୧୫ ବର୍ଷୀୟ ବୈଭବଙ୍କ ନେଇ ବଡ଼ ଫ୍ୟାନ୍ସ ଆଶା କରିଛନ୍ତି । ପ୍ରଥମ ଟି୨୦ ମ୍ୟାଚରେ ବୈଭବଙ୍କୁ ସୁଯୋଗ ମିଳିନଥିଲା । କିନ୍ତୁ ପ୍ରଥମ ମ୍ୟାଚ ହାରିବା ପରେ ଟିମ୍ ମ୍ୟାନେଜମେଣ୍ଟ ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ କରିପାରେ । ବୈଭବଙ୍କୁ ସଂଜୁ ସାମସନଙ୍କ ସ୍ଥାନରେ ସୁଯୋଗ ମିଳିପାରେ । ସଂଜୁଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇପାରେ । ସଂଜୁ ନ ଖେଳିଲେ ଈଶାନ କିଶନ ୱିକେଟକିପିଂ ଦାୟିତ୍ବରେ ରହିବେ ।
ସମ୍ଭାବ୍ୟ ଟିମ : ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ (ୱିକେଟକିପର), ଶ୍ରେୟସ ଆୟର, ତିଳକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ପ୍ରିନ୍ସ ଯାଦବ ।

