ମହାରାଷ୍ଟ୍ର ଜଳଗାଁ ଜିଲ୍ଲାରେ ଅମଲମେର ତହସିଲରେ ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍, କାର୍ ଏବଂ ଏସଟି ବସ୍ ଧକ୍କା ହେବା ଯୋଗୁଁ ୬ ଜଣଙ୍କ ଘଟଣା ସ୍ଥଳରେ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ।
ଖବର ମୁତାବକ, ମଙ୍ଗଳବାର ସକାଳ ୭ଟା ସମୟରେ ଅମଲନେର-ଧୂଲେମାର୍ଗରେ ମଙ୍ଗରୁଲ ଗାଁ ନିକଟରେ ହୋଇଛି । ଅମଲନେରରୁ ଧୁଲେ ଯାଉଥିବା ଏକ ବାଇକକୁ ଏବଂ ଏସଟି ବସକୁ ସାମ୍ନାକୁ ଆସୁଥିବା କାର୍ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ବାଇକ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିବା ବେଳେ କାରରେ ଥିବା ୫ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା ।
ସମସ୍ତ ମୃତକଙ୍କ ପରିଚୟ ମିଳିଛି । ସମସ୍ତେ ଗୁଜରାଟର ବାସିନ୍ଦା । ସମସ୍ତେ ଅମଲନେରରେ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇଁ ୧୧୨ ଟିମ୍, ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚିଥିଲା । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସପିଟାଲକୁ ପଠାଯାଇଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।

