Tuesday, June 9, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ କେମିତି କଟିବ ଆଜି?

Sanchar Live by Sanchar Live
June 8, 2026
in ଜୀବନ ଶୈଳୀ
0
ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…
0
SHARES
21
VIEWS
FacebookTwitter

ମେଷ : କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ରଯୋଗୁ ଅପବ୍ୟୟ, ଅପବାଦ, ଅପଯଶରୁ ସାମୟିକ ମୁକ୍ତି ମିଳିବ ଏବଂ ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ, ପରିବାରର ଖର୍ଚ୍ଚଭାର କମ୍ ରହିବ । ଠିକ୍ସମୟରେ ଠିକ୍ ନିଷ୍ପତ୍ତି ନେବାରେସମର୍ଥ ହେବେ । ସମସ୍ତକର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । କୁକର୍ମ ପରିତ୍ୟାଗ କରି ସତ୍ସଙ୍ଗ କରିବେ ଏବଂ ନିଜକୁ ଧାର୍ମିକ କର୍ମରେ ସାମିଲ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟର କିଛି ଅଂଶ କୌଣସି ଆର୍ଥିକ ସଂସ୍ଥାରେ ବିନିଯୋଗ କରିବେ । କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମକୁ ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକାମେଷ, ସେମାନେ ଉପକୃତ ହେବେ ।

ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୬, ଆରାଧନା : ମା’ ଚଣ୍ଡୀ

ବୃଷ : ଏକାଦଶଚନ୍ଦ୍ର, ସକାଳ ୯ଟା ୪୮ ମିନିଟ୍ ପରେ ଶନିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଧନ, ସମ୍ପତ୍ତି, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ଆୟର ନୂତନ ମାର୍ଗ ଉନ୍ମୁକ୍ତ ହେବ । ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ, ହୃତଧନ ଫେରିପାଇବେ । ଧର୍ମପ୍ରତି ଅନାଗ୍ରହ, ସଞ୍ଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରାବୃଷ, ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ : ସିଲ୍ଭର, ସଂଖ୍ୟା : ୪, ଆରାଧନା : ମା’ କମଳା

ମିଥୁନ : ଦଶମଚନ୍ଦ୍ର, ସକାଳ ୯ଟା ୪୮ ମିନିଟ୍ ପରେ ଶନିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛି ମାତ୍ରାରେ ସମର୍ଥ ହେବେ ଏବଂ ହୃତଗୌରବ, ହୃତ ସମ୍ମାନ ଫେରିପାଇବେ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ଆଜି ଯେକୌଣସି କର୍ମ କରିବେ, ସେଥିରେ ଶତପ୍ରତିଶତ ସଫଳତା ପାଇବେ ଏବଂ ସମସ୍ତ କର୍ମ ଆପଣଙ୍କ ପାଇଁ ସହଜ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ରହିବ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁମିଥୁନ, ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ : ମେରୁନ୍, ସଂଖ୍ୟା : ୮, ଆରାଧନା : ଭଗବାନ ଶିବ

କର୍କଟ : କୃଷ୍ଣପକ୍ଷର ନବମ ଚନ୍ଦ୍ର, ନବମୀତିଥି, ସକାଳ ୯ଟା ୩୯ ମିନିଟ୍ ପରେ ଶନିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ମାନସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ନିଜର ପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ବିବାଦ କିମ୍ବା ତାଙ୍କଠାରୁ ଅପମାନ ମିଳିପାରେ । ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ କିମ୍ବା ପରିବାରରେ ଖର୍ଚ୍ଚଭାର ବୃଦ୍ଧି ପାଇବ । ଖର୍ଚ୍ଚଭାରରେ ଅତିଷ୍ଠହୋଇ ଋଣ କରିବାରରେ ପଡ଼ିପାରେ । ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ପୁଷ୍ୟାକର୍କଟ, ସେମାନେ ସତର୍କ ହେବେ ।

ଶୁଭରଙ୍ଗ : ଲାଲ୍, ସଂଖ୍ୟା : ୫, ଆରାଧନା : ଭଗବାନ ଶିବ

ସିଂହ: ଅଷ୍ଟମଚନ୍ଦ୍ର, ଘାତତିଥି ଓ ସକାଳ ୯ଟା ୪୮ ମିନିଟ୍ ପରେ ଶନିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍, ଇଲେକ୍ଟ୍ରିକ ସରଞ୍ଜାମ ବ୍ୟବହାର ଓ ଯାନବାହନ ଆରୋହଣ କାଳରେ ସକର୍ତତା ଅବଲମ୍ବନ କରିବେ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ସତ୍ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ।କର୍ମରେ ସଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ପୂର୍ବା ଫାଲଗୁନୀସିଂହ, ସେମାନେ ସତର୍କ ହେବେ ।

ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା : ୬, ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ

କନ୍ୟା: ସପ୍ତମଚନ୍ଦ୍ର ନବମୀତିଥି ଯୋଗୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା,ବଚନରେ ମଧୁରତା ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ମୂଲ୍ୟବାନ ଧାତୁ, ବସନଭୂଷଣ, ସୌଖୀନ ଘରୋଇ ଉପକରଣ କ୍ରୟ କରିବେ ଏବଂ ଆମୋଦ ପ୍ରମୋଦରେ ଅଧିକ ଧନ ବ୍ୟୟ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭୂତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରାକନ୍ୟା, ସେମାନେ ଉପକୃତ ହେବେ ।

ଶୁଭରଙ୍ଗ: ସବୁଜ, ସଂଖ୍ୟା : ୧୨, ଆରାଧନା : ମା’ ଷୋଡ଼ଶୀ

ତୁଳା : ଷଷ୍ଠଚନ୍ଦ୍ର, ସକାଳ ୯ଟା ୪୮ ମିନିଟ୍ ପରେ ଶନିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ରୋଗ, ଋଣ, ଦୁଃଖ, ଶୋକ, କ୍ଳେଶ, ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ । ଦେହ, ମନ ସୁସ୍ଥ ରହିବ । ପରୋପକାର, ସମାଜସେବା, ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ସମସ୍ତଙ୍କର ମନ ଜିଣିବାରେ ସମର୍ଥ ହେବେ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ସମସ୍ତଙ୍କୁ ବଶୀଭୂତ କରିବାରେ ଶକ୍ତି ଜାଗ୍ରତହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ।କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂରହେବ । ଯେଉଁମାନଙ୍କର ଚିତ୍ରା ଓ ବିଶାଖାତୁଳା, ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ପ୍ରଭୁଗଜାନନ

ବିଛା : କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ରଯୋଗୁ ମାନସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଇତର ଲୋକଠାରୁ ଅପମାନ ପାଇବେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ତାଙ୍କ ଶିକ୍ଷା, ଦୀକ୍ଷା, କର୍ମରେ ବାଧାବିଘ୍ନ ଉପୁଯିବ । ପାରିବାରିକ ବିବାଦ ଉଗ୍ରରୂପ ଧାରଣ କରିବ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ସତର୍କ ହେବେ ।

ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୧୧, ଆରାଧନା : ପ୍ରଭୁହନୁମାନ

ଧନୁ : ଘାତଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ ଏବଂ ଗୁରୁଜନ, ପିତାମାତା, ବନ୍ଧୁବାନ୍ଧବ, ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ବେଳେ ଯଥାସମ୍ଭବ ବାକ୍ ସଂଯମତା ରକ୍ଷା କରିବେ । ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ôଥକ ଠକାମିରେ ପଡ଼ି ପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ ପରିବହନ ବ୍ୟବସାୟରେ ବିପର୍ଯ୍ୟୟ ଘଟିବ ଏବଂ ଆର୍ଥିକସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା ଲାଗି ରହିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ସତର୍କ ହେବେ ।

ଶୁଭରଙ୍ଗ : ଲାଲ୍, ସଂଖ୍ୟା : ୭, ଆରାଧନା : ମା’ ମାଣିକେଶ୍ୱରୀ

ମକର : ତୃତୀୟଚନ୍ଦ୍ର, ସକାଳ ୯ଟା ୪୮ ମିନିଟ୍ ପରେ ଶନିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷପୂର୍ଣ୍ଣ ହେବ । ମନରେ ଦୃଢ଼ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ପ୍ରକାଶ ପାଇବ ଏବଂ ମନୋବଳ ଦୃଢ଼ ହେବ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ଭାଇଭଉଣୀ, ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମ କୁଶଳତା, କର୍ମ ତତ୍ପରତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଧନିଷ୍ଠାମକର, ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ :କଳା, ସଂଖ୍ୟା : ୩, ଆରାଧନା : ମା’ କାଳୀ

କୁମ୍ଭ : କୃଷ୍ଣପକ୍ଷର ଦ୍ୱିତୀୟଚନ୍ଦ୍ରଯୋଗୁ ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ଶାରୀରିକପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ସଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଯିବ । ଯେଉଁମାନଙ୍କର ଶତଭିଷାକୁମ୍ଭ, ସେମାନେ ସତର୍କ ହେବେ ।

ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ

ମୀନ : ଶ୍ରୀଚନ୍ଦ୍ର, ମଙ୍ଗଳବାର ଯୋଗୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ଲକ୍ଷ୍ମୀଙ୍କର କୃପା, ସୁଖାଦ୍ୟ, ସୁବସନ ପ୍ରାପ୍ତିହେବ । ଆମୋଦପ୍ରମୋଦ, ମଉଜମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ମୂଲ୍ୟବାନ ଧାତୁ, ବସନଭୂଷଣ, ସୌଖୀନ ଘରୋଇ ଉପକରଣ କ୍ରୟ କରିବେ ଏବଂ ପରିବାର ପ୍ରତି ଅଧିକ ଧ୍ୟାନ ଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀମୀନ, ସେମାନେ ଉପକୃତ ହେବେ ।

ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ମା’ ତାରା

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଖାଇକୁ ଖସିଲା କାର : ୬ ମୃତ, ୪ ଆହତ

ପରିବାରର ସମସ୍ତ ସଦସ୍ୟ ଦୁର୍ଘଟଣାରେ ମୃତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଶ୍ରୀଲଙ୍କା ଏ ଟିମ୍‌କୁ ହରାଇ ଭାରତ ଏ ଟିମ୍ ବିଜୟୀ
  • ଦୀଘା ଜଗନ୍ନାଥ ଧାମରୁ ହଟିବ ‘ଧାମ’ ଶବ୍ଦ
  • ମ୍ୟାଚ ଖେଳିବେ ହିଟମ୍ୟାନ, ବେଙ୍ଗାଲୁରୁରେ ପହଁଚିଲେ ରୋହିତ
  • ପରିବାରର ସମସ୍ତ ସଦସ୍ୟ ଦୁର୍ଘଟଣାରେ ମୃତ
  • ଜାଣନ୍ତୁ କେମିତି କଟିବ ଆଜି?

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.