କଟକ: ଏକ ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁନଃବ୍ୟକ୍ତ କରି, ଭାରତର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ସଂସ୍ଥା ଡାଲମିଆ ଭାରତ ଲିମିଟେଡ୍ ପକ୍ଷରୁ କଟକରେ ବିଶ୍ୱ ପରିବେଶ ସପ୍ତାହ–୨୦୨୬ ପାଳନ ହୋଇଛି। ପରିବେଶ ସୁରକ୍ଷା, ସ୍ଥାୟୀ ତଥା ନିରନ୍ତର ଜୀବନ ଶୈଳୀ ଏବଂ ଜଳବାୟୁ ପ୍ରତି ଦାୟିତ୍ୱବୋଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମ୍ପାନୀ କର୍ମଚାରୀ ଓ ସ୍ଥାନୀୟ ସଦସ୍ୟଙ୍କ ସହିତ ମୋଟ ୭୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ ପାଳନ ଅବସରରେ କମ୍ପାନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ସବୁଜିମାର ବୃଦ୍ଧି କରିବା ସହ ଦୀର୍ଘକାଳୀନ ପରିବେଶୀୟ ସ୍ଥାୟିତ୍ଵକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ସମୁଦାୟ ୧୦୦ଟି ଚାରା ରୋପଣ କରାଯାଇଥିଲା। ବର୍ଜ୍ୟ ବସ୍ତୁ ହ୍ରାସ, ପରିଷ୍କାର ପରିବେଶ ଗଢ଼ି ତୋଳିବା ଏବଂ ସାମୁହିକ ପରିବେଶ ସୁରକ୍ଷା ଚେତନାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପଗୁଡ଼ିକର କାର୍ଯ୍ୟନ୍ଵୟନ କରାଯାଇଥିଲା।
ଏହି ଅବସରରେ କପିଳାସ ସିମେଣ୍ଟ ୱାର୍କସ୍ର ୟୁନିଟ୍ ହେଡ୍ ଦେବୀ ପ୍ରସାଦ ଦାସ କହିଥିଲେ, “ଏକ ସୁଦୃଢ଼ ସମାଜ ଏବଂ ସ୍ଥାୟୀ ଭବିଷ୍ୟତର ନିର୍ମାଣ ପାଇଁ ପରିବେଶର ସୁରକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ। ଡାଲମିଆ ଭାରତରେ, ଆମେ ଦାୟିତ୍ୱସମ୍ପନ୍ନ କାର୍ଯ୍ୟପନ୍ଥା ଏବଂ ଗୋଷ୍ଠୀ ସହଭାଗିତା ମାଧ୍ୟମରେ ଦୀର୍ଘକାଳୀନ ଭିତ୍ତିରେ ପରିବେଶ ତଥା ସାମାଜିକ ମୂଲ୍ୟବୋଧ ସୃଷ୍ଟି କରିବାକୁ ସଦାସର୍ବଦା ପ୍ରତିବଦ୍ଧ। ବିଶ୍ୱ ପରିବେଶ ଦିବସ ଆମକୁ ଏହି ପ୍ରତିବଦ୍ଧତାକୁ ଦୋହରାଇବା ଏବଂ ସମସ୍ତଙ୍କ ପାଇଁ ଏକ ସବୁଜ ଓ ଅଧିକ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଅନୁପ୍ରାଣିତ କରେ।”
ସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧ ଏକ କମ୍ପାନୀ ଭାବେ ଡାଲମିଆ ଭାରତ ନିଜ କାର୍ଯ୍ୟକଳାପରେ ପରିବେଶ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଛି। ପୁନଃ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର, କାର୍ବନ୍ ନିର୍ଗମନ ହ୍ରାସ, ଜୈବ ବୈବିଧତା ସଂରକ୍ଷଣ, ଜଳ ସକାରାତ୍ମକତା ଏବଂ ସବୁଜ ଉତ୍ପାଦନ ପ୍ରକ୍ରିୟା ଆଧାରିତ ବିଭିନ୍ନ ପ୍ରୟାସ ମାଧ୍ୟମରେ କମ୍ପାନୀ ନିଜ ସ୍ଥାୟିତ୍ଵ ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ଜାରି ରଖିଛି।

