ବାଲିଅନ୍ତା ବର୍ବର କାଣ୍ଡ ଘଟଣାରେ ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ବ୍ୟକ୍ତି ହେଲେ ପ୍ରଦୀପ ମଙ୍ଗରାଜ । ବେଣୁପୁରରେ ତାର ଘର । ତାକୁ ଢେଙ୍କାନାଳରୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ । ଏହାକୁ ମିଶାଇ ଗିରଫ ସଂଖ୍ୟା ୧୮ରେ ପହଁଚିଛି । ଗତ ୭ ତାରିଖରେ ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ପ୍ରଦୀପର ବଡ଼ ସମ୍ପୃକ୍ତି ଥିବା ଜଣାପଡ଼ିଛି । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ୧୭ ଜଣଙ୍କୁ ଗିରଫ କରାଯାଇଥିଲା । କ୍ରାଇମବ୍ରାଞ୍ଚ ସ୍କାନରରେ ଆହୁରି ୯ ଜଣ ରହିଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ କରୁଛି କ୍ରାଇମବ୍ରାଞ୍ଚ ।
ସେପଟେ ସୌମ୍ୟ ହତ୍ୟା ଘଟଣାର ତଦନ୍ତ ପାଇଁ ଓଡ଼ିଶା ଆସିଛନ୍ତି ଜାତୀୟ ମାନବାଧିକାର କମିଶନ । ଏନଏଚଆରସିର ୪ ଜଣିଆ ଟିମ୍ ୫ ତାରିଖ ପର୍ଯ୍ୟନ୍ତ ତଦନ୍ତ କରିବେ । ଏହିକ୍ରମରେ ଟିମ୍ ସୋମବାର ସୌମ୍ୟଙ୍କ ପରିବାର ନିକଟରେ ପହଞ୍ଚି ଆଲୋଚନା କରି ସମସ୍ତ ତଥ୍ୟ ବୁଝିଛନ୍ତି । ତା’ ସହ ପରିବାରକୁ ସମବେଦନା ଜଣାଇବା ସହ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
