ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅନିୟମିତତା ପୂର୍ବକ ବିଜେପି ବିଜୟ ହାସଲ କରିଥିବା ନେଇ ତୃଣମୂଳ କଂଗ୍ରେସ (ଟିଏମସି) ଅଭିଯୋଗ କରିଆସୁଛି। ଏପରି ଅଭିଯୋଗକୁ ଆଧାର କରି ଆଗାମୀ ଦିନରେ ଟିଏମସି ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଟିଏମସି ମୁଖ୍ୟ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପି ଓ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ନିର୍ବାଚନରେ ଅନିୟମିତତା କରିଛନ୍ତି। ତେଣୁ ଏହା ବିରୋଧରେ ସେ ଅଦାଲତରେ ଲଢେଇ କରିବେ। ଏପରି କି ଆଗାମୀ ଦିନରେ ସେ ନିଜର ପୂର୍ବ ଆଇନ ପେସାକୁ ଫେରିବା ପୂର୍ବକ ଏହା ବିରୋଧରେ ଲଢେଇ କରିବେ ବୋଲି କହିଛନ୍ତି। ବିଜେପି ନିର୍ବାଚନରେ ଜାଲିଆତି କରି ବିଜୟୀ ହୋଇଥିବା ମମତା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉ ନାହାନ୍ତି।
