ମଣିପୁରର ଉଖ୍ରୁଲ ଜିଲାରେ ଶୁକ୍ରବାର ସାନି ହିଂସାର ସୂତ୍ରପାତ ହୋଇଛି। ପୃଥକ୍ ଗୁଳିକାଣ୍ଡ ଘଟଣାରେ ମୋଟ ତିନିଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଉଖ୍ରୁଲ ଜିଲାର ସିନାକେଇଥେଇ ଗ୍ରାମରେ ତାଙ୍ଗଖୁଲ ନାଗା ଗ୍ରାମ ସ୍ବେଚ୍ଛାସେବୀ ଏବଂ କୁକି ଆର୍ମଡ ଗ୍ରୁପ୍ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଉଭୟପକ୍ଷ ପରସ୍ପର ଉପରକୁ ଗୁଳିମାଡ କରିଥିବାବେଳେ ନାଗା ସଂପ୍ରଦାୟର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ କାଙ୍ଗ୍ପୋକ୍କି ଜିଲାରେ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ଦୁଇଜଣ କୁକି ସ୍ବେଚ୍ଛାସେବୀ ପ୍ରାଣ ହରାଇଛନ୍ତି। ପୁନଶ୍ଚ ତାଙ୍ଗ୍ଖୁଲ ଉଗ୍ରପନ୍ଥୀମାନେ ମୁଲାମ ଗ୍ରାମ ଉପରେ ଆକ୍ରମଣ କରିଥିବାବେଳେ ଦୁଇଜଣ ଗ୍ରାମବାସୀ ଅାହତ ହୋଇଥିବା ପୁଲିସ କହିଛି। ମଣିପୁର ପୁଲିସ ସମେତ ଅର୍ଦ୍ଧସାମରିକ ବାହିନୀ ଯବାନମାନେ ଉଖ୍ରୁଲ ଜିଲାରେ ପଇଁତରା ମାରୁଛନ୍ତି।

