ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଧର୍ମେନ୍ଦ୍ର ପ୍ରଧାନ ଅରୁଣସ୍ତମ୍ଭକୁ ମୁଣ୍ଡିଆ ମାରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପ୍ରାୟ 15ରୁ 20 ମିନିଟ ଶ୍ରୀମନ୍ଦିରରେ ଅତିବାହିତ କରି ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରତ୍ୟାବର୍ତ୍ତନ ସମୟରେ ବାଇଶିପାହାଚରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସେବାୟତ ମାନେ ନୀଳଚକ୍ରରେ ଲାଗି ପତାକା ପ୍ରଦାନ କରିଥିଲେ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକଙ୍କ ସମେତ ପୁରୀ SP ଉପସ୍ଥିତ ଥିଲେ । ଆଉ କିଛି ସମୟ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବଗଲା ଧର୍ମଶାଳା ପରିସରରେ ଚାଲିଥିବା ଭାରତୀୟ ମଜଦୂର ସଂଘର 21ତମ ଜାତୀୟ ସମ୍ମିଳନୀରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେବେ । ଅନୁଷ୍ଠିତ ତିନିଦିନିଆ ସମ୍ମିଳନୀରେ ଭାରତର ୨୮ଟି ରାଜ୍ୟ, ୪ଟି କେନ୍ଦ୍ର ଶାସିତ ଅଞ୍ଚଳ ,୪୨ ଟି ଶିଳ୍ପ ଫେଡେରେସନର ପ୍ରତିନିଧିତ୍ଵ କରୁଥିବା ସମଗ୍ର ଭାରତରୁ ୨୫୦୦ ପ୍ରତିନିଧି ଯୋଗ ଦେଇଛନ୍ତି ।…
