ନଗଦ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ସହିତ ବିପୁଳ ପରିମାଣର ଗହଣା ଜଵତ ଏବେ ଗୋଟିଏ ବୁଲେଟ ଗାଡି ସହିତ ଗୋଟିଏ ଇ ଭି ଏମ ସ୍କୁଟି ଜବତ ହୋଇଛି l ଏଭଳି ଘଟଣା ଘଟିଛି ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତର ପୋବଳ ଗାଁ ର ଚିତ୍ତରଞ୍ଜନ ଙ୍କ ଘରେ l ଘଟଣା ମୁତାବକ କିଛି ଦିନ ପୂର୍ବରୁ ସରୋଜ ଜେନା ଙ୍କ ନାମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ସାଇବର ଠକେଇ ଏବଂ ବ୍ଲାକ ମେଲିଙ୍ଗ ଅଭିଯୋଗରେ /ମାମଲାରେ କଟକ ର ସାଇବର ଥାନାରେ ଜଣେ ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ l ଏହାକୁ ଭିତିକରି ଗତ କାଲି ସୋମବାର ରାତି ପ୍ରାୟ ୧ 0 ଟା ବେଳେ ସରୋଜ ର ଗତିବିଧିକୁ ଲକ୍ଷ୍ୟକରି ଉଭୟ ସାଇବର ପୁଲିସ, ଧର୍ମଶାଳା ପୁଲିସ ଓ କ୍ରାଇମି ବ୍ରାଞ୍ଚ ଟିମ ଚଢ଼ାଉ କରିଥିଲେ l ଏହି ସମୟରେ କୌଶଳ କ୍ରମେ ମୁଖ୍ୟ ଅଭିଯୁକ୍ତ ଖସି ଯିବାର ସଫଳ ହୋଇଥିଲା l ଏହି ଚଢ଼ାଉ ରାତି ୧ 0 ରୁ ରାତି ପ୍ରାୟ ୧ ଟା ପର୍ଯ୍ୟନ୍ତ ହୋଇଥିଲା l ଏବେ ସରୋଜ ଙ୍କ ସହିତ ଲିଙ୍କ ରେ ଥିବା ସେହି ଗାଁ ର ଚନ୍ଦନ ଜେନା, ଧଡ଼ିଆ ଜେନା ଏବେ ପ୍ରଫୁଲ୍ଲ ବିଶ୍ୱାଳ କି ସନ୍ଧେହ ରେ ପଚରା ଉଚରା ପାଇଁ ଉଠାଇ ନେଇଥିବା ଜଣାପଡିଛି l ଏହା ସହିତ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଏବେ ଗୋଟିଏ ବୁଲେଟ ଓ ଗୋଟିଏ ଇ ଭି ଏମ ସ୍କୁଟି ଜବତ ସଜିତ ତାଙ୍କର ଏକାଧିକ ବ୍ୟାଙ୍କ ପାସ ବୁକ ଜବତଃ ହୋଇଥିବା ଜଣାପଡିଛି l ଯାହାକି ଉକ୍ତ ପାସ ବହିରେ ପାଖାପାଖି ନବେ ଲକ୍ଷରୁ ଉର୍ଦ୍ଧ ଟଙ୍କା ଥିବା. ପ୍ରାତଃମିକ ସୂଚନାରୁ ଜଣାପଡିଛି l

