ତାମିଲନାଡୁରେ ଏକ ବଡ଼ ଘୋଷଣା କରିଛନ୍ତି ସରକାର । ବିବାହରେ ଝିଅଙ୍କୁ ମିଳିବ ୮ ଗ୍ରାମର ସୁନା ମୁଦ୍ରା ଏବଂ ଏକ ରେଶମୀ ଶାଢୀ । ଏହି ଆର୍ଥିକ ବୋଝକୁ କମାଇବା ଏବଂ ନବବଧୂମାନଙ୍କୁ ଆଦର ଓ ସମ୍ମାନ ଜଣାଇବା ପାଇଁ ତାମିଲନାଡୁ ସରକାର ଆଣିଛନ୍ତି ଏକ ଅଭିନବ ଓ ଆବେଗପୂର୍ଣ୍ଣ କଲ୍ୟାଣକାରୀ ଯୋଜନା । ଯାହାର ନାଁ ହେଉଛି ‘ଅନ୍ନାନ୍ ସୀର୍’ । ଯେଉଁ ଯୋଜନା ପାଇଁ ବିବାହରେ ବଡ଼ଭାଇ ସାଜିବେ ରାଜ୍ୟ ସରକାର ।
ଘରେ ବଢିଲା ଝିଅର ବାହାଘର ସବୁ ପରିବାର ପାଇଁ ଆନନ୍ଦର ମୁହୂର୍ତ୍ତ ହୋଇଥାଏ । ହେଲେ ବେଳେବେଳେ ଆର୍ଥିକ ପରିସ୍ଥିତି ବୋଝ ପାଲଟିଯାଏ । ଯାହାକୁ ଦୃଷ୍ଟିରେ ରଖି ସରକାର ଏଭଳି ଏକ ଯୋଜନା କରିଛନ୍ତି । ଯାହାର ନାଁ ‘ଅନ୍ନାନ୍ ସୀର୍’ । ଏହି ଯୋଜନା ଅଧୀନରେ ରାଜ୍ୟର ଗରିବ ଓ ନିମ୍ନ ଆୟବର୍ଗର କନ୍ୟାମାନଙ୍କୁ ବିବାହ ସମୟରେ ୮ ଗ୍ରାମ୍ର ୨୨ କ୍ୟାରେଟ୍ ସୁନା ମୁଦ୍ରା ଏବଂ ଏକ ଦାମୀ ରେଶମୀ ପାଟଶାଢ଼ୀ ଉପହାର ସ୍ୱରୂପ ଦିଆଯିବ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତାମିଲନାଡୁ ସରକାର ୮୧୨ କୋଟି ଟଙ୍କାର ପ୍ରଥମ କିସ୍ତିକୁ ଅନୁମୋଦନ କରିଛନ୍ତି ।
“ଅନ୍ନାନ ଦ୍ରଷ୍ଟବ୍ୟ” ଯୋଜନା ତାମିଲ ପରମ୍ପରାରେ ମୂଳ । ତାମିଲ୍ ସଂସ୍କୃତି ଓ ପରମ୍ପରାରେ ‘ଅନ୍ନାନ୍’ର ଅର୍ଥ ହେଉଛି ‘ବଡ଼ ଭାଇ’ ଏବଂ ‘ସୀର୍’ର ଅର୍ଥ ହେଉଛି ‘ବିବାହ ଉପହାର’ । ତାମିଲ ପରମ୍ପରାରେ, ବିବାହରେ ବଡ଼ ଭାଇ ଦ୍ୱାରା ଦିଆଯାଇଥିବା “ଦ୍ରଷ୍ଟବ୍ୟ”କୁ ପ୍ରେମ, ସ୍ନେହ, ସୁରକ୍ଷା ଏବଂ ଦାୟିତ୍ୱର ପ୍ରତୀକ ଭାବରେ ବିବେଚନା କରାଯାଏ । ଯେଉଁ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍ ହୋଇଥିବ ସେହି ପରିବାରର କନ୍ୟାମାନେ ଏହି ଯୋଜନାର ଲାଭ ପାଇପାରିବେ ।
ଯୋଗ୍ୟ କନ୍ୟାଙ୍କୁ ବିବାହ ସମୟରେ ୨୨ କ୍ୟାରେଟ୍ର ୮ ଗ୍ରାମ୍ ସୁନା ମୁଦ୍ରା ଏବଂ ଏକ ପାଟଶାଢ଼ି ଭେଟି ସ୍ବରୂପ ଦିଆଯିବ । ସରକାରୀ ଆଦେଶ ଜାରି ହେବା ଦିନଠାରୁ ଅନୁଷ୍ଠିତ ହେଉଥିବା ସମସ୍ତ ବିବାହ ପାଇଁ ଏହି ନିୟମ ଲାଗୁ ହେବ । ତାମିଲନାଡୁରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ବିବାହ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସାମାଜିକ କଲ୍ୟାଣ ବିଭାଗ ସୁପାରିଶକ୍ରମେ ସରକାର ଏହି ବଜେଟ୍ ବ୍ୟବସ୍ଥା କରିଛନ୍ତି ।
