ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି । ଚଳିତ ବର୍ଷ ୧୮ ଶହ ୫୮ କୁମ୍ଭୀର ଗଣନା କରାଯାଇଛି । ଯାହା ଗତବର୍ଷ ତୁଳନାରେ ୩୨ ଅଧିକ। ଗତବର୍ଷ ଭିତରକନିକାରେ ୧୮ ଶହ ୨୬ କୁମ୍ଭୀର ଗଣନା କରାଯାଇଥିଲା। ଜାନୁଆରୀ ୮,୯ ଓ ୧୦ ତାରିଖ ତିନି ଦିନ ଧରି ଭିତରକନିକା ସମେତ ସଲଗ୍ନ ନଦୀ ନାଳରେ କୁମ୍ଭୀର ଗଣନା କରାଯାଇଥିଲା । ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ ମୋଟ ୧୮ ଶହ ୫୮ କୁମ୍ଭୀର ଚିହ୍ନଟ କରାଯାଇଛି । ସର୍ବାଧିକ କନିକା ରେଞ୍ଜରେ ୧୪୨୪ଟି କୁମ୍ଭୀର ଚିହ୍ନଟ କରାଯାଇଥିବା ବେଳେ ରାଜନଗର ରେଞ୍ଜରେ ୨୯୨,ମହାକାଳପଡ଼ାରେ ୯୯ ,ଗହୀରମଥାରେ ୪୩ଟି କୁମ୍ଭୀର ଗଣନା କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବାରୁ ବନ ବିଭାଗ ଖୁସି ବ୍ୟକ୍ତି କରିଛି ।

