ସଂଚାର ବ୍ୟୁରୋ: ପୁଣି ସାମନାକୁ ଆସିଲା ଅଭାବନୀୟ ଖବର । ଯୌତୁକ ପାଇଁ ଚାଲିଗଲା ଜୀବନ । ବୋହୂ ମାରିଦେଲେ ଶାଶୁଘର ଲୋକ । ଖଇରା ଥାନା ଅଧୀନ ନହଙ୍ଗ ପଞ୍ଚାୟତ ସେରପୁର ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ ଆଜି ଲିଭି ଯାଇଛି।ସାମାନ୍ୟ ଫ୍ରିଜ୍ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ। ଏନେଇ ଲକ୍ଷ୍ମୀର ବାପା ତାର ଶାଶୁ, ସ୍ୱାମୀ ଓ ଦୁଇ ନଣନ୍ଦଙ୍କ ନାମରେ ଯୌତୁକ ଲାଗି ହତ୍ୟା ଅଭିଯୋଗ ଆଣି ଥିବାବେଳେ ଖଇରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଅଭିଯୋଗ ମୁତାବକ, ଗତ ଜୁଲାଇ ୧୪ ତାରିଖ ବୈଦିକ ରୀତିନୀତି ଅନୁଯାଇ ଲକ୍ଷ୍ମୀ ଗଡପୋଖରୀ ପଞ୍ଚାୟତ ଅଧୀନ ତେନ୍ତାଲ ଗଡିଆ ଗ୍ରାମର ନୀଳାମ୍ବର ଦାସଙ୍କ ଏକମାତ୍ର ପୁଅ ଜଗନ୍ନାଥ ଦାସକୁ ବିବାହ କରିଥିଲେ। ବିବାହ ପରେ ଲକ୍ଷ୍ମୀଙ୍କ ଶାଶୁ ଘରେ ୨ ଜଣ ଶାଶୁ ସ୍ୱାମୀ ଓ ବହୁ ସମୟରେ ଦୁଇ ବିବାହିତ ନଣନ୍ଦ ରହୁଥିଲେ। ବିଭିନ୍ନ ସମୟରେ ସେମାନେ ଲକ୍ଷ୍ମୀର ବାପ ଘର ଲୋକ ଦେଇଥିବା ଜିନିଷକୁ ପସନ୍ଦ ନକରି ଅଧିକ ମାତ୍ରରେ ଜାନି ଯୌତୁକ ଆଶା କରୁଥିଲେ। ଯାହାକୁ ନେଇ ଲକ୍ଷ୍ମୀ ବାରମ୍ବାର ନିଜ ବାପଙ୍କୁ କହିବା ସହ ଏଥିଲାଗି ସେ ନିର୍ଯାତନା ମଧ୍ୟ ହେଉଥିବାର ଜଣାପଡିଛି।
ବାପ ଘର ଲୋକଙ୍କ କହିବା କଥା ବିବାହ ସମୟରେ ସେମାନେ ଦାବି ମୁତାବକ ଯୌତୁକ ଦେଇ ପାରି ନ ଥିଲେ। ଲକ୍ଷ୍ମୀପ୍ରିୟାଙ୍କ ବାପଘରୁ ଆସିଥିବା ପଲଙ୍କ ଶାଶୁ ଘର ଲୋକଙ୍କ ପସନ୍ଦ ଆସି ନ ଥିଲା। ଫଳରେ ସେମାନେ ତାକୁ ଫେରାଇ ଦେଇଥିଲେ। ତେଣୁ ଖୁବ୍ ଶୀଘ୍ର ଏକ ପଲଙ୍କ ସହ ଟଙ୍କା ଓ ସୁନା ଦେବା ପାଇଁ କହୁଥିଲେ।
ଏଥିରେ ବିଳମ୍ବ ହେବାରୁ ସେମାନେ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏହାପରେ ଆଜି ସକାଳୁ ସରପଞ୍ଚ, ସମିତିସଭ୍ୟ ଫୋନ୍ କରି ଆମ ଝିଅ ଆତ୍ମହତ୍ୟା କରିଛି ବୋଲି କହିଥିଲେ। ତେବେ ଏଠାରେ ପହଞ୍ଚି ଝିଅ ବେକରେ ରଶି ଗୁଡ଼ା ଯାଇଥିବା ବେଳେ ପାଦ ତଳେ ଲାଗିଥିବା ଦେଖିବାକୁ ପାଇଥିଲୁ। ଜ୍ୱାଇଁ ତଥା ତାଙ୍କ ପରିବାର ଲୋକେ ଆମ ଝିଅକୁ ମାରିଦେଇଥିବା ଲକ୍ଷ୍ମୀପ୍ରିୟାଙ୍କ ମା’ କହିଛନ୍ତି।