ସଂଚାର ବ୍ୟୁରୋ: ନୀତୀନ ନବୀନ ହେଲେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି। ବର୍ତ୍ତମାନ ବିହାରର ସଡ଼କ ନିର୍ମାଣ ବିଭାଗ ମନ୍ତ୍ରୀ ଅଛନ୍ତି ନୀତୀନ। ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା କରିଛନ୍ତି ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ। ଦଳର ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଏହି ଘୋଷଣା କରିଛନ୍ତି ଅରୁଣ ସିଂ। ୪୫ ବର୍ଷୀୟ ନୀତୀନ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ଜେ.ପି ନଡ୍ଡା ବିଜେପି ଜାତୀୟ ସଭାପତି ଅଛନ୍ତି। ସେ ୨୦୨୦ ଜାନୁଆରୀରୁ ସଭାପତି ଦାୟିତ୍ବ ନେଇଥିଲେ। ତାଙ୍କ ନେତୃତ୍ବରେ ଦଳ ୨୦୨୪ ଲୋକସଭା ନିର୍ବାଚନ ଲଢି ସଫଳତା ପାଇଥିଲା। ନୀତୀନ ନବୀନଙ୍କ ଜନ୍ମ ପାଟନାରେ। ସେ ହେଉଛନ୍ତି ବରିଷ୍ଠ ବିଜେପି ନେତା ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ। ସେ ୨୦୧୦ରୁ କ୍ରମାଗତ ଭାବେ ବାଙ୍କିପୁର ବିଧାନସଭା ଆସନରୁ ବିଜୟ ହାସଲ କରିଆସୁଛନ୍ତି। ଗତ ବିହାର ବିଧାନସଭା ନିର୍ବାଚନରେ ସେ ୫୧ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ।

