Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମାଲକାନଗିରି ହିଂସା : ଆହୁରି ୧୮ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

Sanchar Live by Sanchar Live
December 9, 2025
in ଓଡିଶା
0
ମାଲକାନଗିରି ହିଂସା : ଆହୁରି ୧୮ ଘଣ୍ଟା ଇଣ୍ଟରନେଟ୍ ବନ୍ଦ
0
SHARES
45
VIEWS
FacebookTwitter

ହିଂସା ପରେ ମାଲକାନଗିରି କୋରକଣ୍ଡାକୁ ଫେରୁଛି ଶାନ୍ତି । ପୋଲିସ ଡିଜିଙ୍କ ଉପସ୍ଥିତିରେ ବସିଛି ଶାନ୍ତି କମିଟି ବୈଠକ । ସେପଟେ ମହିଳାଙ୍କ କଟାମୁଣ୍ଡ ନ ମିଳିବାରୁ ମାଟିରେ ମୁଣ୍ଡ ଆକାରର ପ୍ରତିକୃତି ତିଆରି କରି ହୋଇଛି ମୃତଦେହର ଶେଷକୃତ୍ୟ । ଇଣ୍ଟରନେଟ ସେବା ବନ୍ଦ ଆହୁରି ୧୮ ଘଣ୍ଟା ଲାଗି ବଢ଼ାଇ ଦେଇଛି ।

ମାଲକାନଗିରି ଜିଲ୍ଲା ଏମ୍‌ଭି ୨୬ରେ ଜମି ବିବାଦରୁ ଆରମ୍ଭ ହୋଇଥିବା କଳହକୁ ନେଇ ଆଦିବାସୀଙ୍କୁ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିଲା । ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ମୁଣ୍ଡ ଆଉ ଗଣ୍ଡିକୁ ଅଲଗା କରି ପୋଟେରୁ ନଦୀରେ ଫିଙ୍ଗୀ ଦେଇଥିବା ଅଭିଯୋଗ ହୋଇଥିଲା ।

ହେଲେ ଘଟଣାର ଚାରି ଦିନ ପରେ କରୁକୋଣ୍ଡା ପୋଲିସ ମୁଣ୍ଡ ବିହୀନ ଶବ ଉଦ୍ଧାର କରିଥିବା ବେଳେ ମିଳିନଥିଲା ମୁଣ୍ଡ । ପରେ ଦମକଳ ବାହିନୀ ଓ ଓଡ୍ରାଫ ଟିମ ପକ୍ଷରୁ ପୋଟରୁ ନଦୀରେ ମୁଣ୍ଡ ଖୋଜା ଚାଲିଥିବା ବେଳେ ମିଳିନାହିଁ ।

ମହିଳାଙ୍କ କଟାମୁଣ୍ଡ ନ ମିଳିବାରୁ ମାଟିରେ ମୁଣ୍ଡର ପ୍ରତିକୃତି କରି ମୃତଦେହର ଶେଷକୃତ୍ୟ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଆହୁରି ୧୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଆଉ ୨ ଦିନ ବନ୍ଦ ରହିବ ସ୍ଥାନୀୟ ଅଞ୍ଚଳରେ ଥିବା ବିଦ୍ୟାଳୟ । ମୃତକଙ୍କ ପରିବାରକୁ ସରକାର ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ମହିଳାଙ୍କୁ ନିର୍ମମ ହତ୍ୟା ପରେ ପ୍ରତିଶୋଧର ନିଆଁରେ ଜଳି ପୋଡ଼ି ଯାଇଛଠି ଏମ୍‌ଭି ୨୬ର ପ୍ରାୟ ୧୬୦ ଘର । ରବିବାର ଠାରୁ ଲାଗି ରହିଥିବା ଉତ୍ତେଜନା ଥମିବା ସହ ଉତ୍ତ୍ୟକ୍ତ ଆଦିବାସୀଙ୍କୁ ବୁଝାଇବାରେ ସଫଳ ହୋଇଛି ପ୍ରଶାସନ ।

ବରିଷ୍ଠ ପୋଲିସ ଅଧିକାରୀ, ମାଲକାନାଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଉପସ୍ଥିତିରେ ପରିବାର ଲୋକ ମୃତ ମହିଳାଙ୍କ ଶେଷକୃତ୍ୟ ସଂପନ୍ନ କରିଛନ୍ତି । ଶେଷକୃତ୍ୟ ବେଳେ ଗାଁରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ ।

ତେବେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଖେଲଗୁଡା ଗାଁ ଲୋକେ । ମହିଳାଙ୍କ ହତ୍ୟା କରିଥିବା ଦୁର୍ବୃତ୍ତକୁ ଫାଶୀ ଦେବା ସହ ପୀଡ଼ିତ ପରିବାରକୁ ୩୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି । ଏମ୍‌ଭି ୨୬ ଗାଁରୁ ଶରଣାର୍ଥୀଙ୍କୁ ବାହାର କରିବା ଆଦି ୭ଟି ଦାବି ରଖିଛି ଆଦିବାସୀ ମହାସଂଘ ।

ରାଖେଲଗୁ଼ଡ଼ାର ଆଦିବାସୀ ମହିଳା ଲାଖେ ପଡିଆମୀଙ୍କ ହତ୍ୟା ପରେ ଉତ୍ତେଜିତ ଗ୍ରାମବାସୀ ଏମ୍‌ଭି ୨୬ ଗାଁରେ ପୋଡ଼ାଜଳା କରିଥିଲେ । ଏବେ ହିଂସା ଥମିବା ପରେ ନିଆଁର ଆଁରୁ ବର୍ତ୍ତି ଯାଇଥିବା ଆସବାବପତ୍ରକୁ ସାଉଣ୍ଟୁଛନ୍ତି ଗ୍ରାମବାସୀ । ପୋଲିସ ଡିଜିଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକ ବସିଛି ।

Tags: internetmalkangiriviolence
ShareTweetShareSend
Sanchar Live

Sanchar Live

Next Post
ଇଣ୍ଡୋନେସିଆରେ ଭୟଙ୍କର ଅଗ୍ନିକାଣ୍ଡ, ୨୫ ଜଣଙ୍କ ମୃତ୍ୟୁ

ଇଣ୍ଡୋନେସିଆରେ ଭୟଙ୍କର ଅଗ୍ନିକାଣ୍ଡ, ୨୫ ଜଣଙ୍କ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.