ସଂଚାର ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହା ୧୯ ତାରିଖ ଯାଏ ଚାଲିବ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ବୈଠକରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ସଂସଦରେ ସବିଶେଷ ଆଲୋଚନା ଲାଗି ଦାବି କରିଥିଲେ ବିରୋଧୀ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସର୍ବଦଳୀୟ ବୈଠକ ସଫଳ ହୋଇଛି। ଏଥିରେ ୩୬ ଦଳର ୫୦ରୁ ଅଧିକ ନେତା ଯୋଗ ଦେଇଥିଲେ। ଦେଶରେ ବିଏଲଓମାନେ ଆତ୍ମହତ୍ୟା କରିବା ପ୍ରସଙ୍ଗରେ ବି ସରକାରଙ୍କୁ ଘେରିଥିଲେ ଟିଏମସି ସାଂସଦ। ଏହି ଅଧିବେଶନରେ ୧୪ଟି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି।

