ସଂଚାର ବ୍ୟୁରୋ: ଦୌନିକ ’ସଂଚାର’ ମୁଖ୍ୟ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ଦାଶ । ଓଡ଼ିଶା ଗଣମାଧ୍ୟମ ଜଗତରେ ତାଙ୍କର ଦୀର୍ଷ ବର୍ଷର ଅଭିଜ୍ଞତା ରହିଛି । ‘ଦି ସନ୍ ଟାଇମ୍ସ’ରୁ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ଦାଶ ଦୀର୍ଘ ୨୯ ବର୍ଷଧରି ବିଭିନ୍ନ ଛାପା ଓ ବୌଦ୍ୟୁତିକ ଗଣମାଧ୍ୟମରେ ସଫଳତା ପୂର୍ବକ କାର୍ଯ୍ୟ କରିଛନ୍ତି। ଦି ସନ୍ ଟାଇମ୍ସ, ସମ୍ବାଦ, ଓଟିଭି, ଇଟିଭି, ଦି ଟେଲିଗ୍ରାଫ, ଏସଟିଭି, ନ୍ୟୁଜ-୭, କନକ ଟିଭି, ନ୍ୟୁଜ ୱାର୍ଲ୍ଡଓଡ଼ିଶା, ଇଟିଭି ଭାରତ ଓ ନନ୍ଦିଘୋଷ ଟିଭି ଭଳି ଆଞ୍ଚଳିକ ଓ ଜାତୀୟ ସ୍ତରର ଗଣମାଧ୍ୟମରେ ସେ ବିଭିନ୍ନ ପଦବୀରେ ଦକ୍ଷତାର ସହ କାର୍ଯ୍ୟ କରି ସାମ୍ବାଦିକତା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ୬ ମାସ ତଳେ ନୂଆ ରୂପରେ ଆତ୍ମପ୍ରକାଶ କରିଥିବା ‘ସଂଚାର’ ଖବରକାଗଜ ଓ ଏହାର ଡିଜିଟାଲ ସଂସ୍କରଣ ‘ସଂଚାରଲାଇଭ’ ତାଙ୍କ ମାର୍ଗଦର୍ଶନରେ ଆଗାମୀ ଦିନରେ ଗଣମାଧ୍ୟମ ଜଗତରେ ଏକ ସ୍ବତନ୍ତ୍ରସ୍ଥାନ ସୃଷ୍ଟି କରିବ ବୋଲି ଶ୍ରୀଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଜି ‘ସଂଚାର’ ସମ୍ପାଦକ ହିମାଂଶ ଭୂଷଣ କର, ମାଲିକ ସରୋଜ ନାୟକ, ପ୍ରକାଶକ ରୁଦ୍ରପ୍ରତାପ ଦାସ, ବରିଷ୍ଠ ସହଯୋଗୀ ମନମୋହନ ସ୍ବାଇଁ, ସୁଶାନ୍ତ କୁମାର ଦାସ, ଆଶୁତୋଷ ଲେଙ୍କା, ବ୍ରଜବନ୍ଧୁମଲ୍ଲିକ ଶ୍ରୀ ଦାଶଙ୍କୁ ସ୍ବାଗତ କରିଛନ୍ତି।

