Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ହଂକଂରେ ଭୟାବହ ଅଗ୍ନିକାଣ୍ଡ: ୯୪ ମୃତ

Sanchar Live by Sanchar Live
November 28, 2025
in ବିଦେଶ
0
ହଂକଂରେ ଭୟାବହ ଅଗ୍ନିକାଣ୍ଡ: ୯୪ ମୃତ
0
SHARES
12
VIEWS
FacebookTwitter

ହଂକଂ ତାଇ-ପୋର ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ।  ୪୪ଜଣ ଜୀଅନ୍ତା ଜଳିଯାଇଥିବା ବେଳେ ୩୦୦ଶହରୁ ଅଧିକ ନିଖୋଜ ଅଛନ୍ତି ।  ନିଆଁ ଲିଭାଇବାକୁ ୧୪୦ ଅଗ୍ନିଶମ ଗାଡ଼ି ଲାଗିଥିବା ବେଳେ, ୬୦ରୁ ଅଧିକ ଆମ୍ବୁଲାନ୍ସ ମୁତୟନ ହୋଇଛନ୍ତି । ପ୍ରାୟ ୯ଶହ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୪୫ ଜଣ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।  ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି ହଂକଂ ପୋଲିସ ।  ଅଗ୍ନିକାଣ୍ଡ ନେଇ ହଂକଂ ସିଟିରେ ଲେଭଲ ୫ ସର୍ତକ ସୂଚନା ଜାରି ହୋଇଛି । ୧୯୮୦ରେ ନିର୍ମିତ ଏକ ବିଲଡିଂର ମରାମତି କାର୍ଯ୍ୟ ପାଇଁ ବନ୍ଧା ଯାଇଥିବା ବାଉଁଶରେ ନିଆଁ ଲାଗି ଏକାଧିକ ବହୁତଳ କୋଠାକୁ ବ୍ୟାପିଥିଲା ।

ଏହି ସବୁ ଅଟ୍ଟାଳିକାରେ ପ୍ରାୟ ୪,୬୦୦ରୁ ଅଧିକ ଲୋକ ରହୁଥିବା ବେଳେ, ଅଧିକାଂଶ ବରିଷ୍ଠ ନାଗରିକ ଅଛନ୍ତି ।  ବିଗତ ୩ ଦଶନ୍ଧିରେ ଏହା ହଂକଂର ସବୁଠାରୁ ବଡ଼ ଅଗ୍ନିକାଣ୍ଡ ବୋଲି ସ୍ଥଆନୀୟ ଅଧିକାରୀ ସୂଚନା ଦେଇଛନ୍ତି ।  ଏବେ ସୁଦ୍ଧା ନିଆଁ ନିୟନ୍ତ୍ରଣକୁ ଆସିନଥିବା ବେଳେ, ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।  ଅଗ୍ନିବିପନ୍ନଙ୍କ ପାଇଁ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ଏବଂ ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇଛି ।  ସରକାର ଏକ ହାଉସିଂ ଟାସ୍କ ଫୋର୍ସ ଗଠନ କରି ବାସହରା ପରିବାରଙ୍କ ପାଇଁ ୧,୪୦୦ଟି ଘରର ବ୍ୟବସ୍ଥା କରିଛନ୍ତି। ଟ୍ରାଫିକ୍ ସମସ୍ୟା ଯୋଗୁଁ ୬ଟି ସ୍କୁଲକୁ ବନ୍ଦ ରଖାଯାଇଛି ।  ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

ହୁତୁ ହୁତୁ ହୋଇ ଜଳିଗଲା ୭ ନଭଶ୍ଚୁମ୍ଭୀ ଅଟ୍ଟାଳିକା ।  ହଂକଂ ଅଗ୍ନିକାଣ୍ଡରେ ୩୦୦ ଛୁଇଁପାରେ ମୃତ୍ୟୁ ସଂଖ୍ୟା ।  ରେସକ୍ୟୁ ଅପରେସନ ଏବେବି ଜାରିଥିବା ବେଳେ, ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା ।  ୪୪ ଜଣ ଜୀଅନ୍ତା ଜଳିଯାଇଥିବା ବେଳେ, ୫୮ ଜଣଙ୍କ ଗୁରୁତର ଅଛନ୍ତି ।

ବଢି ଚାଲିଛି ହଂକଂ ଅଗ୍ନିକାଣ୍ଡ ମୃତ୍ୟୁ ସଂଖ୍ୟା । ତାଇ-ପୋ ରେସିଡେଣ୍ଟାଲ କମ୍ପ୍ଲେକ୍ସରେ ନିଆଁ ଲାଗି ଏବେ ସୁଦ୍ଧା ୯୪ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩ଶହ ଲୋକ ଏବେବି ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମରାମତି କାର୍ଯ୍ୟ ଚାଲିଥିବା ବାଉଁଶ ଭାଡିରେ ନିଆଁ ଲାଗି କମ୍ପ୍ଲେକ୍ସର ୭ଟି ବହୁତଳ କୋଠାକୁ ବ୍ୟାପିଥିଲା । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ କରି ହଂକଂ ପୋଲିସ ‘ପ୍ରେଷ୍ଟିଜ୍ କନଷ୍ଟ୍ରକସନ୍ ଆଣ୍ଡ ଇଞ୍ଜିନିୟରିଂ କୋ’ର ତିନି ଜଣ କର୍ମଚାରୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ନିର୍ଦ୍ଦେଶକ ଥିବା ବେଳେ ଜଣେ ଇଞ୍ଜିନିୟରିଂ ପରାମର୍ଶଦାତା ଅଛନ୍ତି । ଘଟଣା ପରେ ହଂକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜନ୍ ଲି ୩୦୦ ନିୟୁତ ହଂକଂ ଡଲାରର ରିଲିଫ୍ ପାଣ୍ଠି ଘୋଷଣା କରିଛନ୍ତି । ଆଗକୁ ମରାମତି ବେଳେ ବାଉଁଶ ଭାରା ବଦଳରେ ଲୁହା କିମ୍ବା ଅନ୍ୟ ଧାତୁ ନିର୍ମିତ ବିକଳ୍ପ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ରାଷ୍ଟ୍ରପତି ସି ଜିନପିଙ୍ଗ ଦୁଃଖପ୍ରକାଶ କରିବା ସହ କ୍ଷୟକ୍ଷତି କମ୍ କରିବାକୁ ସବୁ ପ୍ରୟାସ କରିବାକୁ ଆହ୍ୱାନ ଦିଆଯାଇଛି।

Tags: fireHonkong
ShareTweetShareSend
Sanchar Live

Sanchar Live

Next Post
ଆଧାରକାର୍ଡ ନିୟମକୁ ନେଇ ଆସିଲା ବଡ଼ ଅପଡେଟ୍

ଆଧାରକାର୍ଡ ନିୟମକୁ ନେଇ ଆସିଲା ବଡ଼ ଅପଡେଟ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.