ସଂଚାର ବ୍ୟୁରୋ: ଶୁଣିଲେନି ଆଇଆଇସି। ପୋଲିସ କମିସନରଙ୍କ ଦ୍ୱାରସ୍ଥ ଶତାଧିକ ଲୋକେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣର ଶିକାର ହେବା ପରେ ମଧ୍ୟ ଏକପାଖିଆ ତଦନ୍ତର ଶିକାର ହେବା ପରେ ପୋଲିସ ସେବା ଭଵନରେ ଆସି ଅଭିଯୋଗ ଜଣାଇଛନ୍ତି ଚନ୍ଦକା ଗ୍ରାମବାସୀ। ସୂଚନା ମୁତାବକ କିଛିଦିନ ତଳେ ଚନ୍ଦକା ଗ୍ରାମରେ ଦୁଇ ପକ୍ଷ ମଧ୍ୟରେ ଝଗଡା ହୋଇଥିଲା । ଅପରପକ୍ଷ ମାରଣାସ୍ତ୍ର ଧରି ବୁଲିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା | କିଛି ଦୁର୍ବୁତ୍ତ ବନ୍ଧୁକ ଧରି ବୁଲୁଥିବା ବେଳର ସିସିଟିଭି ପୋଲିସ ନିକଟରେ ଦାଖଲ କରିବା ପରେ ମଧ୍ୟ ଚନ୍ଦକା ଥାନା ପୋଲିସ ନିରୀହ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏପରିକି ଘଟଣା ଦିନ ଗିରଫ ହୋଇଥିବା ଯୁବକ କଟକରେ ଥିବାବେଳେ ତାଙ୍କୁ କିଭଳି ଭାବରେ ଗିରଫ କରାଗଲା ସେନେଇ ଅଭିଯୋଗ ଆଣିଛନ୍ତି ଗିରଫ ହୋଇଥିବା ଯୁବକଙ୍କ ପତ୍ନୀ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀକୁ ଉଚିତ ଦଣ୍ଡ ଓ ନିରୀହଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।.

