ସଂଚାର ବ୍ୟୁରୋ: ଦେଶରେ ବଢିବ ମେଡିକାଲ ଶିକ୍ଷା ଭିତ୍ତିଭୂମି। ବଢିବ ଏମବିବିଏସ ସିଟ୍ ସଂଖ୍ୟା। କେନ୍ଦ୍ର କ୍ୟାବିନେଟରେ ଏନେଇ ହୋଇଛି ନିଷ୍ପତ୍ତି। ରାଜ୍ୟ ମେଡିକାଲ କଲେଜ ଓ କେନ୍ଦ୍ରୀୟ ମେଡିକାଲ କଲେଜ, , ସରକାରୀ ହସ୍ପିଟାଲଗୁଡିକର ଭିତ୍ତିଭୂମି ବଢାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ୫ ହଜାର ପିଜି ସିଟ ଓ ୫ ହଜାର ୨୩ଟି ଏମବିବିଏସ ସିଟ ବଢାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହା ସହ ସିଟ ପିଛା ୧ କୋଟି ୫୦ ଲକ୍ଷ ଟଙ୍କା ଉପରେ ସିଲିଂ ଲାଗୁ ହୋଇଛି। ଏହି ପଦକ୍ଷେପ ଯୋଗୁ ଦେଶର ଅଣ୍ଡରଗ୍ରାଜୁଏଟ ମେଡିକାଲ ସାମର୍ଥ୍ୟ ବଢିବା ସହ ସ୍ପେସାଲିଷ୍ଟମାନଙ୍କ ସଂଖ୍ୟା ବଢିପାରିବ। ୨୦୨୫-୨୬ରୁ ୨୦୨୮-୨୯ ଯାଏ ଏହି ଦୁଇ ଯୋଜନା କାର୍ଯ୍ଯକାରୀ କରାଯିବ ଏବଂ ଖର୍ଚ୍ଚ ହେବ ମୋଟ ୧୫ ହଜାର ୩୪ କୋଟି ୫୦ ଲକ୍ଷ ଟଙ୍କା। ଏଥିରୁ କେନ୍ଦ୍ରୀୟ ଅଂଶଧନ ରହିବ ୧୦ ହଜାର ୩୦୩ କୋଟି ୨୦ ଲକ୍ଷ ଟଙ୍କା ଏବଂ ରାଜ୍ୟ ଅଂଶ ରହିବ ୪ ହଜାର ୭୩୧ କୋଟି ୩୦ ଲକ୍ଷ ଟଙ୍କା।….

