ସଂଚାର ବ୍ୟୁରୋ: ବଲାଙ୍ଗୀର ଆଗଲପୁର ବ୍ଲକ ସମ୍ମୁଖରେ ମିଶନ ଶକ୍ତି ମହିଳାଙ୍କ ଗର୍ଜନ। l ଆଜି ଆନ୍ଦୋଳନର ତୃତୀୟ ଦିନ। ଖୋଲା ଆକାଶ ତଳେ ଖରା ବର୍ଷାରେ ନିଜର ହକ ପାଇଁ ଲଢ଼େଇ କରୁଛନ୍ତି ମିଶନ ଶକ୍ତି ମହିଳା। ପୂର୍ବ ସରକାର ସମୟରେ ଦରମାରେ କେବେ ଅସୁବିଧା ହେଉଥିଲା । କିନ୍ତୁ ନୂଆ ସରକାର ଆସିବା ପରେ ମହିଳାଙ୍କୁ ଅଣଦେଖା କରୁଥିବା କହିବା ସହିତ ଦରମାରୁ ବଞ୍ଚିତ କରିଛି ବିଜେପି ସରକାର l ବକେୟା ପାରିଶ୍ରମିକ ଓ ଫିକ୍ସ ଦରମା ଦାବିନେଇ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ମହିଳା l ଏଥିରେ MBK, CRP, ବ୍ୟାଙ୍କ ମିତ୍ର ସାମିଲ ହୋଇ ଧାରଣା ଦେଇଥିଲୋ। ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରୀ l