ସାଉଥର ବରିଷ୍ଠ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିଷୟରେ ଗୁଜବ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ, ତାଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଉଥିଲା ଯେ ଅଭିନେତ୍ରୀ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏବେ କାଜଲ ନିଜେ ପୋଷ୍ଟ କରି ଏହି ରିପୋର୍ଟଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି । ଏଥିସହ ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି କହିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।
କାଜଲ ଅଗ୍ରୱାଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି- ମୁଁ କିଛି ଖବର ପାଇଲି ଯେଉଁଥିରେ କୁହାଯାଇଛି ଯେ ମୋର ଏକ ଦୁର୍ଘଟଣା ହୋଇଛି । ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା । ଭଗବାନଙ୍କ କୃପାରୁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୁଁ ସୁରକ୍ଷିତ ଅଛି ଏବଂ ବହୁତ ଭଲ ମଧ୍ୟ ଅଛି । ମୁଁ ଆପଣଙ୍କୁ ବିନମ୍ରତାର ସହିତ ଅନୁରୋଧ କରୁଛି ଯେ ଏପରି ମିଥ୍ୟା ଖବରକୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ପ୍ରସାର କରନ୍ତୁ ନାହିଁ ।
ଏଥିସହ ଜାଣିରଖନ୍ତୁ ଯେ, ଗୌତମ କିଚଲୁଙ୍କ ସହ ସମ୍ପ୍ରତି ମାଳଦ୍ୱୀପ ଛୁଟି କାଟିବାକୁ ଯାଇଥିଲେ ।ସେ ଇନଷ୍ଟାଗ୍ରାମରେ ଛୁଟିର ଫଟୋ ମଧ୍ୟ ସେୟାର କରି ଲେଖିଛନ୍ତି- ‘ମାଳଦ୍ୱୀପ’ ମୋର ପୁନରାବୃତ୍ତି ପ୍ରେମ । ଏକ ମାସିକ ଗସ୍ତ ଯାହାକୁ ମୁଁ ଖୁସିରେ କାଟିବି । ଏପରି ବହୁତ କିଛି ଲେଖି ସେୟାର କରିଛନ୍ତି ।
କାଜଲ ଅଗ୍ରୱାଲ ଶେଷ ଥର ପାଇଁ ବିଷ୍ଣୁ ମାଞ୍ଚୁଙ୍କ ଫିଲ୍ମ ‘କନ୍ନପ୍ପା’ରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ନିତେଶ ତିୱାରୀଙ୍କ ପୌରାଣିକ ଫିଲ୍ମ ‘ରାମାୟଣ’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ସେ ରାବଣଙ୍କ ପତ୍ନୀ ମନ୍ଦୋଦରୀ ଭୂମିକାରେ ଅଭିନୟ ମଧ୍ୟ କରୁଛନ୍ତି । ଏହା ବ୍ୟତୀତ ତାଙ୍କର ‘ଦି ଇଣ୍ଡିଆ ଷ୍ଟୋରୀ’ ଏବଂ ‘ଇଣ୍ଡିଆନ 3’ ଭଳି ଫିଲ୍ମ ମଧ୍ୟ ପାଇପଲାଇନରେ ଅଛି ।

