ମେଷ:-ପ୍ରଭୁଙ୍କ ପ୍ରତି ବିଶ୍ବାସ ବଢ଼ିବ । ନିଜ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟ ଭଲ ରହିବ ।
ବୃଷ:- ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ବନ୍ଧୁଙ୍କ ସହିତ ଦୂରଯାତ୍ରା କରିବେ। ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ଶାନ୍ତିରେ କାମ କରନ୍ତୁ ।
ମିଥୁନ:-ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ । କାମରେ ସଫଳ ହେବେ । ବିବାଦ ଠାରୁ ଦୂରରେ ରୁହନ୍ତୁ ।
କର୍କଟ:-ଶତ୍ରୁନାଶ ହେବ । ବନ୍ଧୁଙ୍କ ସହାୟତା ମିଳିବ । କିଛି ନୂଆ ଶିଖିବେ। ଧାର୍ମିକ ଗିତିବିଧିରେ ରୁଚି ରହିବ।
ସିଂହ:-ବଡ଼ ନିର୍ଣ୍ଣୟ ନେବା ଲାଗି ଭଲ ଦିନଟିଏ ରହିଛି । ପ୍ରତ୍ୟେକ କାମରେ ସଫଳ ହେବେ । ଜୀବନସାଥୀ ସହିତ ଘର କାମରେ ବ୍ୟସ୍ତ ରହିବେ । କୌଣସି ବ୍ୟବସାୟିକ ସଉଦା ପାଇଁ ସୁଯୋଗ ପାଇବେ।
କନ୍ୟା:-ବ୍ୟବସାୟରେ ଅତିରିକ୍ତ ଆୟର ସାଧନ ସୃଷ୍ଟି ହେବ। ସରକାରୀ ଚାକିରିଆ କାର୍ଯ୍ୟଭାରରେ ସନ୍ତୁଷ୍ଟ ରହିବେ। ଭାଗୀଦାରି ବ୍ୟବସାୟର ଯୋଜନା ଲାଭପ୍ରଦ ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ତୁଳା:- ନିଜ ଶରୀର ପ୍ରତି ଧ୍ୟାନ ରଖନ୍ତୁ । ଲୋକ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ଆପଣଙ୍କୁ ଆଶାଠୁ ଅଧିକ ଧନଲାଭ ହେବ।
ବିଛା:-ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। କୌଣସି ସମସ୍ୟାର ସମାଧାନ ପାଇଁ ଆପଣଙ୍କର ସହଯୋଗ ସକାରାତ୍ମକ ରହିବ। ଜମି ସମ୍ବନ୍ଧୀୟ କାମ ସମାଧାନ ହେବ।
ଧନୁ:- ଯେକୌଣସି ସମସ୍ୟାର ସମାଧାନ ହୋଇଯିବ। ଅଫିସରେ ଆପଣଙ୍କ କାମ ପାଇଁ ପ୍ରଶଂସା ମିଳିବ । ନବ ବିବାହିତ ଦମ୍ପତ୍ତି ତର୍କବିତର୍କ ଠାରୁ ଦୂରରେ ରୁହନ୍ତୁ।
ମକର:-ଅଜଣା ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କ ମନ ପ୍ରସନ୍ନ ରହିବ। ତରବରିଆରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କଳା ଜଗତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କୁମ୍ଭ:-ରୋଜଗାରର ନୂଆ ଅବସର ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଉନ୍ନତି ଆପଣଙ୍କ ପାଦସ୍ପର୍ଶ କରିବ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।
ମୀନ:-ପ୍ରଭାବଶାଳୀ ଏବଂ ସମ୍ମାନିତ ବ୍ୟକ୍ତିଙ୍କ ସଂପର୍କ ଆସିବା ଯୋଗୁଁ କିଛି ନୂଆ ଶିଖିବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଘର ଲୋକଙ୍କ ସହିତ ଧାର୍ମିକ ଆୟୋଜନ କରିବେ। କାହାରି ସହିତ କୁତର୍କ କରନ୍ତୁ ନାହିଁ।

