ସଂଚାର ବ୍ୟୁରୋ: ଆସନ୍ତାକାଲି ଭାରତ ଫେରିବେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ଆକ୍ସିଅମ-୪ ମିଶନରେ ସଫଳତାର ସହ ଅଭିଯାନ ସମ୍ପନ୍ନ କରିଥିବା ଶୁଭାଂଶୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ସମ୍ଭାବନା ରହିଛି। ମହାକାଶରେ ତାଙ୍କର ଅନୁଭୂତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ଶୁଭାଂଶୁ। ଆକ୍ସିଅମ ମିଶନରେ ଯାଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହି ଅନେକ ଗବେଷଣା କରିଥିଲେ ଶୁଭାଂଶୁ। ଆଇଏସଏସରୁ ବି ସେ ପ୍ରଧାନମନ୍ତ୍ରୀ ଓ ପରିବାର ସହ କଥା ହୋଇଥିଲେ ଶୁଭାଂଶୁ। ଗତ ଜୁନ ୨୫ରେ ସେ ମହାକାଶକୁ ଯାଇଥିବାବେଳେ ଗତମାସ ୧୫ ତାରିଖରେ କାଲିଫର୍ଣ୍ଣିଆରେ ଅବତରଣ କରିଥିଲେ। ଆସନ୍ତା ଅଗଷ୍ଟ ୨୩ରେ ସେ ଜାତୀୟ ମହାକାଶ ଦିବସରେ ସେ ଭାଗ ନେବେ ବୋଲି ସୂଚନା ମିଳିଛି। ଆଇଏସଏସରେ ୧୮ ଦିନ ରହିବା ପରେ ସେ ଗତମାସରେ ପୃଥିବୀକୁ ଫେରିଥିଲେ। ଭାରତ ଲାଗି ଉଦ୍ଦିଷ୍ଟ ୭ଟି ଗବେଷଣା ସହ ସେ ଅନ୍ୟାନ୍ୟ ଗବେଷା କରିଥିଲେ। ଶୁଭାଂଶୁ ଦ୍ଵିତୀୟ ଭାରତୀୟ ଭାବେ ସୃଷ୍ଟି କରିଛନ୍ତି ଇତିହାସ।