ସଂଚାର ବ୍ୟୁରୋ: ପୁଣି ଭୂକମ୍ପରେ ଥରିଲା ତୁର୍କୀ । ୬.୧ ତୀବ୍ରତାର ଭୂକମ୍ପରେ ଦୋହଲି ଯାଇଛି ପଶ୍ଚିମ ତୁର୍କୀ। ଇସ୍ତାନବୁଲ, ଟୁରିଷ୍ଟ ହଟସ୍ପଟ୍ ଇଜମିର ସମେତ ପଶ୍ଚିମ ତୁର୍କୀର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସିନ୍ଦିଗିରିରେ ଭୂକମ୍ପର କେନ୍ଦ୍ର ସ୍ଥଳ ଚିହ୍ନଟ ହୋଇଛି।
ଇସ୍ତାନବୁଲ ସହର ଠାରୁ ଏହା ୨୦୦ କିଲୋମିଟର ଦୂରରେ ଅବସ୍ଥିତ। ବ୍ୟାପକ କ୍ଷୟକ୍ଷତି କରିଛି ୬ ତୀବ୍ରତାର ଭୂକମ୍ପ । ଅନେକ ବିଲ୍ଡିଂ ଧ୍ବଂସ ହୋଇ ଯାଇଛି । ରବିବାର ରାତି ପ୍ରାୟ ୮ ଟା ୬.୧ ତୀବ୍ରତାର ବେଳେ ଭୂମିକମ୍ପ ହୋଇଥିଲା। ଏହା ପରେ ଆଉ ଥରେ ୪.୬ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା ।
ଅନକେ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତେବେ ମୃତାହତ ନେଇ ସବିଶେଷ ସୂଚନା ମିଳିପାରି ନାହି। ୨୦୨୩ରେ ଏକ ଭୟାବହ ଭୂମିକମ୍ପରେ ପ୍ରାୟ ୫୩ ହଜାର ଲୋକ ପ୍ରାଣ ହରାଇଥିଲେ ।