ସଂଚାର ବ୍ୟୁରୋ: ଜେଏମଏମ ଛାଡିଲେ ଝାଡଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନ। ଦଳର କାର୍ଯ୍ୟଶୈଳୀକୁ ତୀବ୍ର ସମାଲୋଚନା କରି ଦଳ ଛାଡିଛନ୍ତି ଭେଟେରାନ। ବର୍ତ୍ତମାନ ଯେଉଁ ଢଙ୍ଗରେ ଦଳ ଚାଲିଛି ସେଥିରେ ଅସନ୍ତୁଷ୍ଟ ଥିଲେ ଚମ୍ପାଇ। ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ସେ ଦଳ ଛାଡିବା ବିଷୟ ଘୋଷଣା କରିଥିଲେ। ଆସନ୍ତା ଶୁକ୍ରବାର ସେ ବିଜେପିରେ ସାମିଲ ହେବେ।