ସଂଚାର ବ୍ୟୁରୋ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଅଭିଯୋଗ ଆସିଛି ଜଗତସିଂହପୁର ଥାନା ଅଞ୍ଚଳରୁ । ନାବାଳିକା ଜଣକ ଦାଦା ଘରକୁ ବାର୍ଥ ଡେ ପାଇଁ ଯାଉଥିବା ବେଳେ ତାକୁ ଟେକି ନେଇ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ନାବାଳିକାର ପାଟିରେ ରୁମାଲ ଦେଇ ଟେକି ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଝିଅ କୁ ନ ପାଇ ଘର ଲୋକ ବହୁ ଖୋଜା ଖୋଜି କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାକୁ ଉଦ୍ଧାର ହୋଇଥିଲା। ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ନାବାଳିକାର ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି।