ମେଷ:- ଦିନଟି ବ୍ୟସ୍ତତାରେ କଟିବ । ଟଙ୍କା ପଇସା ମାମଲାରେ କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ । ସରାକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ । ବୈବାହିକ ଜୀବନ ସୁଖମୟ ହେବ ।
ବୃଷ:- ପୂର୍ବ ସମସ୍ୟାର ସମାଧାନ ବାହାରିବ । ନିଜର କାର୍ଯ୍ୟ ନୂଆ ଢ଼ଙ୍ଗରେ କରିବାକୁ ଚେଷ୍ଟା କରିବେ । ନବ ବିବାହିତଙ୍କ ଲାଗି ଦିନଟି ଭଲ । ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ ।
ମିଥୁନ:- ଅଜଣା ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ପାଇବେ । ଆର୍ଥିକ ସ୍ଥିତି ମଜଭୁତ କରିବା ଲାଗି ଅଧିକ ପରିଶ୍ରମ କରିବେ । ବନ୍ଧୁ ସହ ନୂଆ ବେପାର ଆରମ୍ଭ କରି ପାରନ୍ତି । ପ୍ରେମ ଜୀବନ ମଧୁର ହେବ ।
କର୍କଟ:- ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ । ମନରେ ନୂଆ ଜିନିଷ ଜାଣିବା ଲାଗି ଉତ୍ସୁକତା ବଢ଼ିବ । ବେକାରଙ୍କୁ ରୋଜଗାରର ଅବସର ମିଳିବ । ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ।
ସିଂହ:- ଜୀବନରେ ଅନ୍ୟମାନଙ୍କର ସହଯୋଗ ପାଇବେ । ଯାହା ବି କାମ କରିବେ କମ୍ ସମୟରେ ପୂରା କରିଦେବେ । ପାରିବାରିକ ସୁଖ ବୃଦ୍ଧି ହେବ । ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ ।
କନ୍ୟା:- ଚାକିରି ବୃତ୍ତି ସମ୍ବନ୍ଧରେ କୌଣସି ଭଲ ଖବର ପାଇବେ। ଲାଗି ରହିଥିବା ମକଦ୍ଦମା ଆପଣଙ୍କ ସପକ୍ଷରେ ଆସିବ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।
ତୁଳା:- ନିଜର ପ୍ରତିଭା ବିକଶିତ କରିବା ଲାଗି ଅବସର ପାଇବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ । ଭ୍ରମଣ ସୁଖ ରହିଛି । ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ।
ବିଛା:- ବ୍ୟବସାୟୀଙ୍କୁ ଧନଲାଭ ହେବ । ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ । କ୍ୟାରିୟରରେ କୌଣସି ବଡ଼ ସଫଳତା ପାଇବେ । ଯେଉଁମାନେ ଜମି କିଣିବା ଲାଗି ଭାବୁଛନ୍ତି ସେମାନଙ୍କୁ ଲାଭର ସଉଦା ମିଳିବ ।
ଧନୁ:- କୌଣସି କଥାକୁ ନେଇ ଆପଣଙ୍କ ମନ ଉତ୍ସାହିତ ରହିବ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସଦ୍ଧି ମିଳିବ । ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ପ୍ରେମ ସଂପର୍କ ନିବିଡ଼ ହେବ ।
ମକର:- ଦିନଟି ଆପଣଙ୍କ ଲାଗି ଭଲ ରହିବ । ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି । ଅଫିସରେ କୌଣସ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ । ରାଜନୀତିରେ ଆର୍ଥିକ ଲାଭ ହେବ ।
କୁମ୍ଭ:- ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ । ଆର୍ଥିକ ପକ୍ଷ ସୁଦୃଢ଼ ରହିବ । ଅଫିସରେ କୌଣସି ନୂଆ କାମ ପାଇବେ । ପାରିବାରିକ ଜୀବନ ଶାନ୍ତିମୟ ହେବ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ।
ମୀନ:- ଏକାଗ୍ରତାରେ କରୁଥିବା କାମର ସଫଳ ହେବେ । କ୍ଷୁଦ୍ର ଉଦ୍ୟୋଗୀ ଯଥେଷ୍ଟ ଲାଭ ପାଇବେ । କିଛି ଲୋକ ବନ୍ଧୁତା ଲାଗି ହାତ ବଢ଼ାଇବେ । ମହିଳାମାନଙ୍କ ଲାଗି ଦିନଟି ଅରାମଦାୟକ ରହିବ ।

