ସଂଚାର ବ୍ୟୁରୋ: ରାଜଧାନୀରେ ନିଶାଡ଼ିର ଉନ୍ମତକାଣ୍ଡ । ମାଗଣା ମଦ ନଦେବାରୁ ଦୋକାନୀଙ୍କ ମୁଣ୍ଡରେ ବୋତଲମାଡ଼ । କଟକ ରୋଡ଼ ଅଞ୍ଚଳରେ ଥିବା ଏକ ମଦ ଦୋକାନରେ ଏଭଳି ଫିଲ୍ମ ଷ୍ଟାଇଲରେ ଉତ୍ପାତ କରିଛନ୍ତି ଜଣେ ନିଶାଡ଼ି । ଯାହାର Exclusive ସିସିଟିଭି ଭିଜୁଆଲ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଦେଖନ୍ତୁ କିଭଳି ମଦ ଦୋକାନରେ ଉନ୍ମତକାଣ୍ଡ ଘଟାଉଛି ନିଶାଡି । ଗତକାଲି ରାତିରେ ଜଣେ ଯୁବକ ମଦ ପାଇଁ କାଉଣ୍ଟରକୁ ଯାଇଥିଲେ । ନିଶାସକ୍ତ ଅବସ୍ଥାରେ ମାଗଣା ମଦ ଦେବାକୁ କହିଥିଲେ । କାଉଣ୍ଟର ଭିତରେ ଭାଇଗିରି ଦେଖାଇଥିଲେ । ମାଗଣା ଦେବାକୁ ମନାକରିବାରୁ ଉତ୍ତ୍ୟକ୍ତ ହୋଇ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ । ଅନ୍ଯ ଗ୍ରାହକ ଭୟରେ ଘଟଣାସ୍ଥଳରୁ ଚାଲିଯାଇଛିଲେ । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।