ସଂଚାର ବ୍ୟୁରୋ: କେନାଳରେ ବୁଡି ଚାଷୀଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଉସ୍ତାପଡ଼ା ପୋଲ ନିକଟ କେନାଳରେ ବୁଡି ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜୟନଗର ଗ୍ରାମର ଚୌଧୁରୀ ଗୌଡ଼ ଜମିକୁ ତଳି ଉପଡାଇବାକୁ ଯାଇ ଫେରୁଥିବା ବେଳେ କେନାଳରେ ଗାଧୋଇଥିଲେ । ତେବେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ପାଣିରେ ଭାସିବାର ଦେଖି ଉଦ୍ଧାର କରିଥିଲେ । ମୃତଦେହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର MKCGକୁ ପଠାଇ ପୋଲିସ ତଦନ୍ତ କରୁଛି ।