ସଂଚାର ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପଂଜାବର ଅମୃତସର ସ୍ଵର୍ଣ୍ଣମନ୍ଦିରକୁ ଟାର୍ଗେଟ କରିଥିଲା ପାକିସ୍ତାନ। ସ୍ଵର୍ଣ୍ଣମନ୍ଦିରକୁ ଟାର୍ଗେଟ କରି ଡ୍ରୋନ ଓ ମିସାଇଲ ଛାଡ଼ିଥିଲା। ୮ ତାରିଖ ରାତିରେ ଧର୍ମପୀଠକୁ ଟାର୍ଗେଟ ପରି ଲଜ୍ଜାଜନକ କାମ କରିଥିଲା ପାକିସ୍ତାନ। କିନ୍ତୁ ତାକୁ ପଣ୍ଡ କରିଥିଲା ଭାରତ। ଏୟାର୍ ଡିଫେନ୍ସ ସିଷ୍ଟମ ପାକିସ୍ତାନର ମିସାଇଲ ଓ ଡ୍ରୋନକୁ ଆକାଶରେ ହିଁ ଧ୍ଵଂସ କରିଥିଲା। ଏହି ଏୟାର ଡିଫେନ୍ସ ସିଷ୍ଟମରେ ଥିଲେ ଆକାଶ ମିସାଇଲ, L-70 ଏୟାର ଡିଫେନ୍ସ ଗନ। ଭାରତ କିପରି ପାକିସ୍ତାନର ସବୁ ଆକ୍ରମଣକୁ ପ୍ରତିହତ କରିଥିଲା ସେନା ତରଫରୁ ତାର ଡେମୋ ପ୍ରଦର୍ଶନ କରାଯାଇଛି। ସ୍ଵର୍ଣ୍ଣ ମନ୍ଦିରର ଆଖପାଖରେ ବି ପହଞ୍ଚି ପାରିନଥିଲା ପାକିସ୍ତାନର ଡ୍ରୋନ କିମ୍ଵା କୌଣସି ମିସାଇଲ। ଅମୃତସର ସହିତ ଅନ୍ୟ କେତେକ ସହରକୁ ବି ଟାର୍ଗେଟ କରିଥିଲା ପାକିସ୍ତାନ ସେନା। କିନ୍ତୁ ସମସ୍ତ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଥିଲେ। ସ୍ଥାନୀୟ ଲୋକେ ବି ଏଥିପାଇଁ ସେନାକୁ ଧନ୍ୟବାଦ ଦେଇଛନ୍ତି।

