ସଂଚାର ବ୍ୟୁରୋ: ବିଏସଏଫ ଯବାନଙ୍କୁ ଛାଡ଼ିଲା ପାକିସ୍ତାନ। ଭୁଲରେ ପାକିସ୍ତାନ ସୀମାକୁ ଚାଲିଯାଇଥିବା ଯବାନ ପୂର୍ଣ୍ଣମ କୁମାର ସଙ୍କୁ ଛାଡ଼ିଛି ପାକିସ୍ତାନ। ଗତ ଏପ୍ରିଲ ୨୩ରୁ ଯବାନଙ୍କୁ ଅଟକ ରଖିଥିଲା ପାକିସ୍ତାନ। ଆଜି ୱାଘା-ଅଟ୍ଟାରୀ ସୀମା ଦେଇ ଭାରତ ଫେରିଛନ୍ତି ଯବାନ। ପାକିସ୍ତାନ ରେଞ୍ଜର ଦ୍ବାରା ଅଟକ ଥିଲେ ଯବାନ ପୂର୍ଣ୍ଣମ। ଆଜି ସକାଳ ୧୦.୩୦ରେ ଅଟ୍ଟାରୀସ୍ଥିତ ଜଏଣ୍ଟ ଚେକ ପୋଷ୍ଟରେ ତାଙ୍କୁ ପାକିସ୍ତାନ ଛାଡିଥିଲା। ପଞ୍ଜାବ ଫିରୋଜପୁରରେ ଗତ ଏପ୍ରିଲ ୨୩ରେ ୧୮୨ ବାଟାଲିୟନର ଯବାନ ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରିବା ମାତ୍ରେ ତାଙ୍କୁ ଅଟକ ରଖିଥିଲା ପାକିସ୍ତାନ। ୟୁନିଫର୍ମ ପିନ୍ଧି ନିଜର ସର୍ଭିସ ରାଇଫଲ ଧରି ପଇଁତରା ମାରୁଥିବାବେଳେ ତାଙ୍କୁ ଧରି ନେଇଥିଲା ପାକିସ୍ତାନ ରେଞ୍ଜର।