ସଂଚାର ବ୍ୟୁରୋ: ଠିକା କାମର ବିଲ୍ ନଦେବାରୁ ଯନ୍ତ୍ରୀଙ୍କ ସମ୍ପତ୍ତି ଆଟାଚ୍ l ସମ୍ବଲପୁର ସିନିୟର ସିଭିଲ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ଯ ନିର୍ମାଣ ଯନ୍ତ୍ରୀ, ଉତ୍ତରାଂଚଳ ରାସ୍ତା ଓ ଗୃହ ସମ୍ବଲପୁର ମଣ୍ଡଳଙ୍କ ସମ୍ପତ୍ତି ଆଟାଚ କରାଯାଇଛି। ସମସ୍ତ ଅସ୍ଥାବର ସମ୍ପତ୍ତି ଆଟାଚ କରାଯାଉଛି। ବରଗଡ ଟୁକୁର୍ଲା ପଲିଟେକନିକ କଲେଜର ଲେଡି ହଷ୍ଟେଲ ନିର୍ମାଣର ବିଲ୍ ନ ଦେବାରୁ ମାମଲା ରୁଜୁ କରୁଥିଲେ ଠିକାଦାର l ୨୦୧୧ରେ କାର୍ଯ୍ଯ ସରିଥିବାବେଳେ ୨୦୨୫ରେ ସୁଟ ଫାଇଲ ହୋଇଥିଲା l ୭୦ ଲକ୍ଷ ଓ ୧୮ ଲକ୍ଷ ଟଂକାର ୨ଟି ବିଲ୍ ନ ଦେବାରୁ ଏହି ମାମଲା ହୋଇଥିଲ।ା ଏହା ପରେ କଡ଼ା ଆକ୍ସନ ନେଇଛନ୍ତି କୋର୍ଟ ।