ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍-୨୦୨୫ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ମେ’ ୧୬ କିମ୍ବା ୧୭ରେ ପୁଣି ଥରେ ଆଇପିଏଲ ଆରମ୍ଭ ହୋଇପାରେ । ଏଥିପାଇଁ ଖୁବ୍ଶୀଘ୍ର ନୂଆ କ୍ରୀଡାସୂଚୀ ଆସିବ ବୋଲି ସୂଚନା ମିଳିଛି । ତେବେ ପହଲଗାମ୍ ଆତଙ୍କ ହମଲା ପରେ ମେ’ ୭ରେ ପାକିସ୍ତାନରେ ପଶି ଆକ୍ରମଣ କରିଥିଲା ଭାରତ । ଭାରତ-ପାକିସ୍ତାନ ଉତ୍ତେଜନା ପାଇଁ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରହିଥିଲା
ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, IPL ୨୦୨୫ର ବାକି ଥିବା ମ୍ୟାଚ୍ଗୁଡ଼ିକ ଏବେ ୪ଟି ସ୍ଥାନରେ ଖେଳାଯାଇପାରେ । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ସହିତ ଆରମ୍ଭ ହୋଇପାରେ । ତେବେ ଏହି ମ୍ୟାଚ୍ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ ବୋଲି ସୂଚନା ମିଳିଛି । ତେବେ ଏନେଇ ବିସିସିଆଇ ସମସ୍ତ ଅଂଶୀଦାରଙ୍କୁ ଏ ବିଷୟରେ ଜଣାଇ ଦେଇଛନ୍ତି । ଅନ୍ୟପଟେ ଆଇପିଏଲର ସମସ୍ତ ଫ୍ରାଞ୍ଚାଇଜ୍ ମଧ୍ୟ ସେମାନଙ୍କ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ତୁରନ୍ତ ଆସିବା ପାଇଁ କହିଛନ୍ତି ।