Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଘରେ ପଶି ମାରିଲା ଭାରତୀୟ ସେନା

Sanchar Live by Sanchar Live
May 9, 2025
in ଭାରତ
0
ଘରେ ପଶି ମାରିଲା ଭାରତୀୟ ସେନା
0
SHARES
34
VIEWS
FacebookTwitter

ଉସୁକାଇ ଫସିଗଲା ପାକିସ୍ତାନ, ଘରେ ପଶି ଆତଙ୍କୀସ୍ତାନକୁ ଛାରଖାର କଲା ଭାରତ । ପ୍ରଚଣ୍ଡ ଆକ୍ରମଣରୁ ବର୍ତ୍ତିପାରିଲାନି ଇସାଲାମାବାଦ, ଲାହୋର, ରାୱଲପିଣ୍ଡି, ପେଶାୱର ସମେତ ୧୦ରୁ ଅଧିକ ସହର । ଭାରତର ଉଗ୍ରରୂପ ଦେଖି ପାକ୍‌ ହେଲା ଆତଙ୍କିତ । ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନର ହଜିଛି ନିଦ । ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ବହୁସଂଖ୍ୟାରେ ‌ରକେଟ୍‌, ଡ୍ରୋନ୍‌ ଏବଂ ଗୋଳା ବର୍ଷା କରିଥିଲା ପାକିସ୍ତାନ । ତେବେ ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିବା ସହ ପାକିସ୍ତାନରେ ପଶି ପ୍ରଚଣ୍ଡ ଆକ୍ରମଣ କରିବା ସହ ବଡ଼ ବଡ଼ ସହରରେ ଭୀଷଣ ଆକ୍ରମଣ କରିଛି ।

ଏକା ସାଙ୍ଗରେ ଜଳ, ସ୍ଥଳ ଓ ଆକାଶରୁ ଶତ୍ରୁରାଷ୍ଟ୍ର ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି ଭାରତୀୟ ସେନା ।  ପଠାନକୋଟ, ଉଧମପୁର ଏବଂ ଜମ୍ମୁ ସହରରେ ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ୩ଟି ଡ୍ରୋନ୍‌କୁ ଖସାଇ ଦେଇଛି । ଜମ୍ମୁ ବିଶ୍ବବିଦ୍ୟାଳୟ ନିକଟରେ ୨ଟି ଡ୍ରୋନ୍‌କୁ ଖସାଇ ଦିଆଯାଇଛି । ଭାରତୀୟ ପ୍ରତିରକ୍ଷା ବାହିନୀ ପାକିସ୍ତାନ ଦ୍ବାରା ବ୍ୟବହୃତ ଆମେରିକୀୟ ଯୁଦ୍ଧବିମାନ ଏଫ୍‌-୧୬ ଓ ଚୀନ ନିର୍ମିତ ୨ଟି ଜେଏଫ୍‌-୧୭ ଯୁଦ୍ଧବିମାନକୁ ଖସାଇ ଦେଇଛି । ଦୁଇଟି ଜେଏଫ୍‌-୧୭ ଯୁଦ୍ଧବିମାନ ଖସାଇଥିବା ଖବରକୁ ପାକିସ୍ତାନ ସ୍ବୀକାର କରିଥିଲେ ମଧ୍ୟ ଏଫ୍‌-୧୬ ବିମାନ ନେଇ ନିରବ ରହିଛି ।

ଜମ୍ମୁ କାଶ୍ମୀର ସମେତ ପଞ୍ଜାବ ଓ ରାଜସ୍ଥାନ ଆଦି ପ୍ରଦେଶଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି । ପଞ୍ଜାବର ଗୁରୁଦାସପୁର, ରାଜସ୍ଥାନର ବାରମେର୍‌, ଜୈସଲମେର୍‌, ଜମ୍ମୁର ବେସାମରିକ ବିମାନବନ୍ଦର, ସାମ୍ବା, ଆର୍‌ଏସ୍‌ପୁରା, ଆର୍ନିଆ ଏବଂ ଏହାର ଆଖପାଖ ଅଞ୍ଚଳକୁ ଟା‌ର୍ଗେଟ କରି ପାକିସ୍ତାନ ୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ସୁରକ୍ଷାକର୍ମୀମାନେ ସ୍ପଷ୍ଟ କରିଛନ୍ତି । ତେବେ ଏ ସବୁକୁ ଭାରତର ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସଫଳତାର ସହ ଧ୍ବଂସ କରିଦେଇଛି । ଜମ୍ମୁର ଏକାଧିକ ସ୍ଥାନରେ ବଡ଼ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ଲୋକମାନେ ଏଥିଯୋଗୁ ଭୟଭୀତ ହୋଇ ପଡ଼ିଛନ୍ତି । ପାକିସ୍ତାନ ପଟୁ ରକେଟ୍‌ ଓ ଗୋଳାମାଡ଼ ପରେ ଜମ୍ମୁକୁ ବ୍ଲାକ୍‌ଆଉଟ୍‌ କରି ଦିଆଯାଇଛି ।

ପଞ୍ଜାବର ଗୁରୁଦାସପୁର ଓ ପଠାନକୋଟ, ରାଜସ୍ଥାନର ବାରମେର‌୍, ଜୈସଲମେର୍‌ ଓ ଯୋଧପୁରକୁ ପ୍ରତିଦିନ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ବ୍ଲାକଆଉଟ୍‌ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜସ୍ଥାନର ବିକାନେର୍‌ ଓ ଶ୍ରୀଗଙ୍ଗାନଗରରେ ଡ୍ରୋନ୍‌ ଉଡ଼ାଣ ଏବଂ ବାଣ ଫୁଟାଇବା ଉପରେ ସ୍ଥାନୀୟ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ଜମ୍ମୁର ସାମ୍ବାରେ ଜୋର୍‌ଦାର ଗୋଳାମାଡ଼ ଓ ଡ୍ରୋନ୍‌ ଆକ୍ରମଣ ହୋଇଛି । ଜମ୍ମୁର ଚନ୍ନି ଅଞ୍ଚଳକୁ ଟାର୍ଗେଟ୍‌ କରି ପାକିସ୍ତାନ ପଟୁ ରକେଟ୍‌ ନିକ୍ଷେପ କରାଯାଇଛି । ଉଧମପୁର, ଅଖନୁର, ପଠାନକୋଟ, ସାମ୍ବା, ଚନ୍ନି, ବାରମୁଳା, କୁପୱାଡ଼ା ଆଦି ସ୍ଥାନରେ ପାକିସ୍ତାନ ରକେଟ୍‌, ଡ୍ରୋନ୍ ଓ ଗୋଳା ମାଡ଼ କରିଛି । ଗୁରୁବାର ସଂଧ୍ୟାରେ ପ୍ରଥମେ ପାକିସ୍ତାନର ଗୋଟିଏ ଡ୍ରୋନ୍ ଜମ୍ମୁ ବିମାନବନ୍ଦରରେ ମାଡ଼ ହୋଇଥିଲା । ଜମ୍ମୁର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ପାକିସ୍ତାନ ରକେଟ୍‌ ମାଡ଼ କରିଥିଲା । ଆକ୍ରମଣ ପରେ ରାତି ୮ଟାରେ ଜମ୍ମୁକୁ ବ୍ଲାକ୍‌ଆଉଟ୍‌ କରି ଦିଆଯାଇଥିଲା । ଏହାପରେ ପାକିସ୍ତାନରେ ପଶି ତାଣ୍ଡବ ରଚିଥିଲା ଭାରତୀୟ ସେନା ।

Tags: indiapakistanwar
ShareTweetShareSend
Sanchar Live

Sanchar Live

Next Post
ନାକେଦମ ହେଲାଣି ପାକିସ୍ତାନ!

ନାକେଦମ ହେଲାଣି ପାକିସ୍ତାନ!

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.