ସଂଚାର ବ୍ୟୁରୋ: ପହଲଗାଁଓ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି NSA ଅଜିତ ଡୋଭାଲ। କିଛି ସମୟ ତଳେ ପିଏମଓକୁ ଯାଇ ମୋଦିଙ୍କୁ ସେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ କଣ ଆଲୋଚନା ହୋଇଛି, ତାହା ସ୍ପଷ୍ଟ ହୋଇନଥିବା ବେଳେ ପହଲଗାଁଓ ଆକ୍ରମଣ, ଏହାର ପରବର୍ତ୍ତୀ ପରିସ୍ଥିତି ଓ କିପରି ଏହାର କାଉଣ୍ଟର କରାଯିବ, ସେ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବାର ଅନୁମାନ କରାଯାଉଛି।