ସଂଚାର ବ୍ୟୁରୋ: ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ବରରେ ଟ୍ରକକୁ ଧକ୍କା ଦେଲା ଯାତ୍ରୀ ବାହୀ ବସ l ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବାଲୁଙ୍କେଶ୍ୱର ନାମକ ଏକ ଘରୋଇ ବସ ଭୁବନେଶ୍ଵରରୁ ଆସିକା ଯାଉଥିବା ବେଳେ ଟ୍ରକ ପଛକୁ ଧକ୍କା ଦେଇଥିଲା l ଦୁର୍ଘଟଣା ପରେ ବସ ଛାଡ଼ି ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ଫେରାର ହୋଇଯାଇଛନ୍ତି। ସମସ୍ତ ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ସେପଟେ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ଚିକିତ୍ସା ପରେ ଖଲ୍ଲିକୋଟ ଥାନା ପକ୍ଷରୁ ଅନ୍ୟ ଏକ ବସ ଯୋଗେ ସମସ୍ତଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି l