ସଂଚାର ବ୍ୟୁରୋ: ପମ୍ବନ ସେତୁର ଉଦଘାଟନ। ତାମିଲନାଡୁ ରାମେଶ୍ଵରମରେ ନୂଆ ପମ୍ବନ ସେତୁର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୫୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପମ୍ବନ ସେତୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ। ୨. ୦୭ କିଲୋମିଟର ଦୀର୍ଘ ସେତୁ ହେଉଛି ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସେତୁ। ଏହି ନୂଆ ସେତୁରେ ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ଟ୍ରେନ୍ ଚଳାଚଳ କରିପାରିବ।ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ ମସିହାରେ ପମ୍ବନ ସେତୁର ଶିଳାନ୍ୟାସ କରିଥିଲେ। ୫ ବର୍ଷ ମଧ୍ୟରେ ଏହା ସମୁଦ୍ର ଉପରେ ସମ୍ପୂର୍ଣ୍ଣ ହୋଇଛି। ଏହି ସେତୁର ବୈଶିଷ୍ଟ୍ୟତା ଅନେକ ରହିଛି। ଏଥିରେ ୧୮.୩ ମିଟରର ୯୯ଟି ସ୍ପାନ୍ ଏବଂ ୭୨.୫ ମିଟରର ଏକ ଭର୍ଟିକାଲ ଲିଫ୍ଟ ସ୍ପାନ୍ ରହିଛି। ଏହି ବ୍ରିଜ ପୁରୁଣା ସେତୁ ଅପେକ୍ଷା ୩ ମିଟର ଉଚ୍ଚ। ଯାହା ଫଳରେ ବଡ଼ ଜାହାଜଗୁଡ଼ିକ ସହଜରେ ଏହି ବ୍ରିଜ ତଳ ଦେଇ ଯାତାୟାତ କରିପାରିବେ। ଏହା କଳଙ୍କି ନିରୋଧୀ, ଉନ୍ନତ ଷ୍ଟେନଲେସ ଷ୍ଟିଲ୍ ସହ ନିର୍ମାଣରେ ଫାଇବର ରିନଫୋର୍ସସ ପ୍ଲାଷ୍ଟିକ୍ ବ୍ୟବହାର କରାଯାଇଛି। ଏହି କାରଣରୁ ଏହି ବ୍ରିଜ ଦୀର୍ଘସ୍ଥାୟୀ। ଏହି ସେତୁ ଉପରେ ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଟ୍ରେନ୍ ଚାଲିପାରିବ। ଜାହାଜକୁ ଚଳାଚଳ ପାଇଁ ମଝିରୁ ମାତ୍ର ୫ ମିନିଟରେ ଖୋଲାଯାଇପାରିବ। ଏହାକୁ ୩ ମିନିଟରେ ବନ୍ଦ କରାଯାଇପାରିବ।

