ସଂଚାର ବ୍ୟୁରୋ: କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ। ଆଜି ସେ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମେଲ୍ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଏଆଇସିସିକୁ ପଠାଇ ଦେଇଛନ୍ତି। ଇସ୍ତଫା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, କୌଣସି ରାଜନୈତିକ ଦଳକୁ ଯିବେନାହିଁ। ଲୋକଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି।
ଓଡ଼ିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ ୨୦୨୩ ମସିହା ଫେବ୍ରୁଆରୀ ମାସରେ କଂଗ୍ରେସରେ ଯୋଗଦେଇଥିଲେ। ଦିଲ୍ଲୀ ଯାଇ ସେ କଂଗ୍ରେସରେ ମିଶିଥିଲେ। କଂଗ୍ରେସରେ ମିଶିବା ପରେ ତାଙ୍କୁ ନୂଆ ଦାୟୀତ୍ୱ ଦିଆଯାଇଥିଲା। ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିଲା। ହେଲେ ନିର୍ବାଚନ ପୂର୍ବରୁ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବାହାର କରି ଦିଆଯାଇଥିଲା। ଯେଉଁଥିପାଇଁ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା।