ଝିଅ ଦେଖିବା ପାଇଁ ଯାଇ ଫେରିବା ବେଳେ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଛନ୍ତି । ଜୟପାଟଣାରେ ଘଟିଛି ଦୁର୍ଘଟଣା। ମୃତକ ହେଲେ ବାପା ଲାଲଧର ରାଉତ ଓ ୫ ବର୍ଷର ପୁଅ। ସୂଚନା ଅନୁସାରେ, ଜୟପାଟଣା ବ୍ଲକ ରେଙ୍ଗାପାଲି ଗାଁର ବଳଦେବ ରାଉତଙ୍କ ପରିବାରର ୧୧ ଜଣ ସଦସ୍ୟ କଲମପୁର ବ୍ଲକର ନୂଆଗାଁକୁ ଏକ କାର ଯୋଗେ ଝିଅ ଦେଖିବା ପାଇଁ ଯାଇଥିଲେ । ହେଲେ ଫେରିବା ବେଳେ କାର ଏବଂ ବାଇକ ମୁହାଁମୁହିଁ ଧକ୍କା ହୋଇ ଠେଲକୋ ମୁଣ୍ଡା ଦେଇ ଯାଇଥିବା ବାମ କେନାଲ ଭିତରକୁ ପଶି ଯାଇଥିଲା। ଦୁର୍ଘଟଣା ପରେ ଅଞ୍ଚଳବାସୀ ପରିବାର ଲୋକଙ୍କୁ ଉଦ୍ଧାର କରିଥିବା ବେଳେ, ଜୟପାଟଣା ଅଗ୍ନିଶମ ବାହିନୀ ଶିଶୁକୁ ଉଦ୍ଧାର କରିଥିଲା । ଆହତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

