ବିଏମସି ହସ୍ପିଟାଲ ସମ୍ମୁଖରେ ଗଣଧାରଣା l ବିଏମସି ହସ୍ପିଟାଲରେ ଡାକ୍ତର ନିଯୁକ୍ତି ଦାବି କରି ହସ୍ପିଟାଲ ସମ୍ମୁଖରେ ଧାରଣା ଦେଲେ ଅଞ୍ଚଳ ବାସିନ୍ଦା l ବିଏମସି ହସ୍ପିଟାଲ ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସେବା ପ୍ରତିନିଧି ଓ ଓଡିଶା ବିକାଶ ମହାମଞ୍ଚ l ପୌର ହସ୍ପିଟାଲରେ ୪୧ଟି ବିଭଗ ଥିବା ବେଳେ ମାତ୍ର ୧୩ ଜଣ ଡାକ୍ତର ଏବେ କାର୍ଯ୍ୟରତ ରହିଛନ୍ତି । ବିଭିନ୍ନ ପରୀକ୍ଷା ପାଇଁ ଉନ୍ନତମାନର ମେସିନ ପୂର୍ବ ସରକାର ଯୋଗାଇ ଦେଇଥିବା ବେଳେ ତାହା ବି ବ୍ୟବହାର ଉପଯୋଗୀ ହୋଇପାରୁନାହିଁ l ସେଥିପାଇଁ ସମସ୍ତ ପଦବୀ ପୂରଣ ଦାବି ନେଇ ପୌର ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛନ୍ତି ଆନ୍ଦୋଳନକାରୀ l ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନ୍ଦୋଳନରୁ ଓହରିବେ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି l