ସଂଚାର ବ୍ୟୁରୋ: ପୁରୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ଦାବି । ସଂସଦରେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ପୁରୀ ରେଳ ଷ୍ଟେସନକୁ ଶ୍ରୀଜଗନ୍ନାଥଧାମ ପୁରୀ ରେଳ ଷ୍ଟେସନ ନାଁରେ ନାମିତ କରିବାକୁ ଦାବି କରିଛନ୍ତି । ପୁରୀ ଶ୍ରୀଜଗନ୍ନାଥଙ୍କ ପାଇଁ ବିଶ୍ବ ପ୍ରସିଦ୍ଧ । ଶ୍ରୀଜଗନ୍ନାଥଙ୍କ ପାଇଁ ବିଶ୍ବର କୋଣ ଅନୁକୋଣରୁ ଭକ୍ତ ପୁରୀ ଆସିଥାନ୍ତି । ପୁରୀ ରାଜ୍ୟର କଳା ସଂସ୍କୃତିର ମଧ୍ୟ ପ୍ରତୀକ । ୟୁନେସ୍କୋ ହେରିଟେଜ ସାଇଟ କୋଣାର୍କ ଓ ପୁରୀରୁ ୫୦ କିଲୋମିଟର ଦୂରରେ ରହିଛି ଏସିଆ ମହାଦେଶର ବୃହତମ ହ୍ରଦ ଚିଲିକା । ପ୍ରତିଦିନ ଏହି ଦୁଇ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ରକୁ ହଜାର ହଜାର ଲୋକ ଆସିଥାନ୍ତି । ଶ୍ରୀଜଗନ୍ନାଥ କ୍ଷେତ୍ରର ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ବଳିଷ୍ଠ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।