ମେଷ : ଆପଣ ନିଜ ଚିନ୍ତାଧାରା ଓ ନିଷ୍ପତ୍ତିକୁ ଶେଷ ମୁହୂର୍ତ୍ତରେ ବଦଳାଇ ଦେଇପାରନ୍ତି । ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ସ୍ଥଗିତ କାମକୁ ଅନ୍ୟ ମାଧ୍ୟମରେ ପୂରାଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ । ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ ।
ବୃଷ : ନୂଆ କାମ ଆରମ୍ଭ କରିବାର ଯୋଜନା କରିବେ । ଯାନବାହନ, ହୋଟେଲ ଶିଳ୍ପ, ଛୋଟ ଦୋକାନବାଡ଼ି କ୍ଷେତ୍ରରୁ ସୁଫଳ ମିଳିବ । ଆନୁଷ୍ଠାନିକ କାମରେ ପ୍ରସ୍ତୁତି ସରିବ ଓ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ନେଇ ସହମତି ଦେଖାଦେଇପାରେ ।
ମିଥୁନ : ଆଜି ସ୍ବାସ୍ଥ୍ୟ ଭଲ ରହି ନ ପାରେ । ଭାଙ୍ଗିଯାଇଥିବା ସମ୍ପର୍କଟି ପୁନଃ ପ୍ରତିଷ୍ଠିତ ହେବା ଫଳରେ ଆଶ୍ୱସ୍ତି ଅନୁଭବ କରିବେ । ବ୍ୟକ୍ତି ପରକଥାରେ ପଡ଼ି ଭୁଲ୍ ମାର୍ଗର ଅନୁସରଣ କରିପାରନ୍ତି । ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ ଏବଂ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି ।
କର୍କଟ : ବିଳମ୍ବିତ ସମୟରେ କାର୍ଯ୍ୟ ହାସଲ କରାଇବେ । ଭ୍ରାତୃସମ୍ପର୍କ ଭଲ ରହି ନ ପାରେ । ବନ୍ଧୁଙ୍କ ପରାମର୍ଶକୁ ଯଦି ଗ୍ରହଣ କରିବେ ତେବେ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି । କୌଣସି ଭୁଲ୍ କାମ କରି ଅନୁତପ୍ତ ହେବାର ସମ୍ଭାବନା ରହିଛି ।
ସିଂହ : ମନ ଖୁସି ହେଲାଭଳି କଥା କହି ଅନ୍ୟମାନଙ୍କର ପ୍ରିୟଭାଜନ ହେବେ । ଶିଳ୍ପ, ବାଣିଜ୍ୟ ଓ ସାମ୍ବାଦିକତାରେ ଖୁସି ରହିବେ । କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇଲେ ସମର୍ଥନ ପାଇବେ ନାହିଁ । ବନ୍ଧୁଙ୍କ ଅନୁରୋଧକ୍ରମେ ଆକସ୍ମିକ ଭାବେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।
କନ୍ୟା : ଆର୍ଥତ୍କ ଉନ୍ନତି ସହିତ କାର୍ଯ୍ୟ ହାସଲରୁ ଖୁସି ରହିବେ । ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁନାହିଁ । ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ସଙ୍କଟଜନକ ସ୍ଥିତି ଉପୁଜିପାରେ । ଯାହା ବିବାଦୀୟ ଘଟଣା ଥିଲା ଆଜି ଠିକ ହୋଇଯିବ ।
ତୁଳା : ଆଜି ରୋଜଗାରର ନୂଆ ରାସ୍ତା ଖୋଲି ଯିବ । ଅଧିକାଂଶ ସମୟ ଦୂର ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । କାମରେ ଅବହେଳା କରିବା କାରଣରୁ ବନ୍ଧୁଙ୍କ ଉପରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଉପସ୍ଥିତ ବୁଦ୍ଧି ପ୍ରୟୋଗକରି କାମ ହାସଲ କରିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ ।
ବିଛା : କର୍ମକ୍ଷେତ୍ରରେ କିଛି ନୂତନତ୍ୱ ସମ୍ମାନ୍ପ୍ରାପ୍ତିର କାରଣ ହେବ । ସରକାରୀ ସ୍ତର ଅଥବା ବ୍ୟକ୍ତିବିଶେଷଙ୍କ ପାଖରେ ଥିବା ବକେୟା ପାଇପାରିବେ । ଧର୍ମକାର୍ଯ୍ୟରେ ନିୟୋଜିତ ହେଲେ ପ୍ରଶଂସା ପାଇବେ । ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ କଳା, ସାହିତ୍ୟ, ସଙ୍ଗୀତ ଓ ସଭାସମିତିରେ ସୁନାମ ମିଳିବ ।
ଧନୁ : କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଯାତ୍ରା କରିବାକୁ ପଡ଼ିପାରେ । ବନ୍ଧୁଙ୍କ ପରାମର୍ଶରେ ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇବେ । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି । ପରିବାରରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ ।
ମକର : ଆଜି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଶୁଭେଚ୍ଛୁଙ୍କ ଅନୁକମ୍ପା ସବୁ ପ୍ରକାର ଅନୁକୂଳ ପରିବେଶ ସୃଷ୍ଟିରେ ସହାୟକ ହେବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହାକି ଆପଣଙ୍କ କାମ ସୁଗମରେ ସହାୟ ହେବ । ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା ପ୍ରତି ଆଗ୍ରହ ବଢ଼ିପାରେ ।
କୁମ୍ଭ : ପ୍ରତ୍ୟେକ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିବେ । କର୍ମକ୍ଷେତ୍ରରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରନ୍ତି, ଯଦ୍ଦ୍ବାରା ଆପଣ ରାଗି କିଛି କହିବା ଦ୍ୱରା ସମାଲୋଚିତ ହେବେ । ମାଲିମକଦ୍ଦମାରୁ ଚିନ୍ତାକୁଳ ହୋଇପାରନ୍ତି ମାତ୍ର ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ପରିବାରରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ହେବେ ।
ମୀନ : ଆଜି ମିଳିବାକୁ ଥିବା ଜିନିଷ ଠିକ ସମୟରେ ମିଳିନପାରେ । ଆଜି କିଛି ଭଲ ଓ କିଛି ମନ୍ଦ ମଧ୍ୟରେ ସମୟ ଅତିବାହିତ କରିବେ । ବାଣିଜ୍ୟ, ବ୍ୟବସାୟରେ ଶିଥିଳତା ଦେଖାଦେବ ଏବଂ ରପ୍ତାନି ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି । ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ ଏବଂ ପାରିବାରିକ କ୍ଷେତ୍ରରେ ପ୍ରିୟକଥା କହି ସମସ୍ୟାକୁ ସୁଧାରିନେବେ