ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଛୁଆର ଜନ୍ମ । ୧୩ ବର୍ଷ ବୟସର ବାଘୁଣୀ ଅଙ୍କିତା ୧୦୩ ଦିନ ଗର୍ଭଧାରଣ ପରେ ଆଜି ସକାଳେ ଏକ ଛୁଆକୁ ଜନ୍ମ ଦେଇଛି । ୨୦୨୪ ମସିହା ନଭେମ୍ବର ମାସ ୧୩ ତାରିଖରେ ବାଘ ସୈଫ୍ ସହିତ ବାଘୁଣୀ ଅଙ୍କିତାକୁ ମେଟିଂ କରାଯାଇଥିଲା । ବାଘ ଛୁଆ ଜନ୍ମ ହେବା ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ସେଥିରୁ ୧୬ଟି ବାଘ ରହିଥିବା ବେଳେ ୧୧ଟି ବାଘୁଣୀ ରହିଛନ୍ତି । ଶାବକର ଲିଙ୍ଗ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ବର୍ତ୍ତମାନ ବାଘୁଣୀ ଅଙ୍କିତା ସହିତ ବାଘ ଛୁଆ ସିସିଟିଭି ନଜରରେ ଅଛନ୍ତି। ନନ୍ଦନକାନନରେ ୨୦୧୨ ମସିହା ଜାନୁଆରୀ ୧୩ ତାରିଖରେ ରିଷି ଏବଂ ସାରାଙ୍କ ଔରସରୁ ବାଘୁଣୀ ଅଙ୍କିତାର ଜନ୍ମ ହୋଇଥିଲା ।