ସଂଚାର ବ୍ୟୁରୋ: ଦେବଗଡ଼ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ କୋଠା ହେବ ସଂଗ୍ରହାଳୟ l ଏଥିପାଇଁ କେନ୍ଦ୍ରୀୟ ଗବେଷଣା ଓ ପ୍ରଶିକ୍ଷଣ ପରୀକ୍ଷାଗାରର ନିର୍ଦ୍ଦେଶକଙ୍କ ସହ ନ୍ୟାସନାଲ କାଉନସିଲ ଅଫ ସାଇନ୍ସ ଆଣ୍ଡ ମ୍ୟୁଜିୟମର ପୂର୍ବତନ ନିର୍ଦ୍ଦେଶକ ଦେବଗଡ଼ ଗସ୍ତରେ ଆସି ଉକ୍ତ କୋଠା ପରିଦର୍ଶନ କରିଥିବା ଜଣା ପଡିଛି l ଏହି ଶତାୟୁ କୋଠାରେ ଦୀର୍ଘ ବର୍ଷ ଧରି ଦେବଗଡ଼ ଜିଲ୍ଲାର ପ୍ରଶାସନିକ ଓ ବିଚାର ବିଭାଗୀୟ ଅଦାଲତ କାର୍ଯ୍ୟକ୍ଷମ ହେଉଥିଲା । ନୂତନ କୋଠା ନିର୍ମାଣ ପରେ ପ୍ରଶାସନିକ ଓ ବିଚାର ବିଭାଗକୁ ସ୍ଥାନାନ୍ତର କରାଯାଇଛି । ପୁରାତନ କୋଠାର ରକ୍ଷଣା ବେକ୍ଷଣ ସହ ବ୍ୟବହାର ଉପଯୋଗୀ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ଦାବି କରିଥିଲେ । ଏପରି କି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପୁରୁଣା କୋଠାକୁ ମ୍ୟୁଜିୟମରେ ପରିଣତ କରି ବାମଣ୍ଡା ଗଡା଼ଜାତର ଐତିହକୁ ସ୍ଥାନିତ କରିବାକୁ ବିଧାନସଭାରେ ଦାବି କରିଥିଲେ l