ଭୁବନେଶ୍ୱର: ଦେଢ଼ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ କର୍ମଚାରୀ ଫେରାର। ନେଇଗଲେ ଦେଢ ଲକ୍ଷ ଟଙ୍କା ସହ ସିସିଟିଭି ହାର୍ଡ ଡିସ୍କ ,ଲାପଟପ ଓ ପ୍ରିଣ୍ଟର। ପୁଲିସ ତଦନ୍ତ ପରେ ମିଳିଲା ଲାପଟପ, ପ୍ରିଣ୍ଟର, ଓ ହାର୍ଡ ଡିସ୍କ। ଗଞ୍ଜାମ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଲଙ୍ଗଳେଶ୍ୱର ଗ୍ରାମରେ ଏମିତି ଏକ ଘଟଣା ଘଟିଛି । ଦୀର୍ଘଦିନ ହେଲା ଲଙ୍ଗଳେଶ୍ୱର ଷ୍ଟେଟ ବ୍ୟାଙ୍କ ଶାଖା ଅଧିନରେ ଏକ ମିନି ଷ୍ଟେଟ ବ୍ୟାଙ୍କକୁ ଚଳାଇ ଆସୁଥିଲେ ଶିବରାମ ପ୍ରଧାନ । ତାଙ୍କୁ ସହଯୋଗ ପାଇଁ ବ୍ୟାଙ୍କରେ ସେ ଆଉ ଜଣେ କର୍ମଚାରୀଙ୍କୁ ରଖିଥିଲେ । ତେବେ ଗତ ଫେବ୍ରୁଆରୀ ୧୯ରେ ମିନି ବ୍ୟାଙ୍କରୁ ଚୋରୀ ହୋଇଥିବା ଭେଜିପୁଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ଶିବରାମ। ତେବେ ଚୋରୀ କରିଥିବା ବ୍ୟକ୍ତି ଜଣକ ବ୍ୟାଙ୍କର ଆଉ ଏକ କର୍ମଚାରୀ ବୋଲି ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଥିଲା । ଖଲ୍ଲିକୋଟ ଥାନା ପୋଲିସ ବାଲୁଗାଁର ଏକ ବନ୍ଦ ଘରୁ ଚୋରୀ ଲାପଟପ, ପ୍ରିଣ୍ଟର ଓ ହାର୍ଡଡିସ୍କ ଜବତ କରିଛି । ହେଲେ ଉକ୍ତ କର୍ମଚାରୀ ଦେଢ ଲକ୍ଷ ଟଙ୍କା ନେଇ ଫେରାର ଅଛନ୍ତି ।